Posts

Showing posts from December 29, 2019

ପୋଲିସ୍ ଓ ଯାତ୍ରା କଳାକାର ଙ୍କ ଦ୍ଵାରା ସଡ଼କ ସୁରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ l ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ....

Image
କୋରାପୁଟ (ବ୍ୟୁରୋ) - କୋରାପୁଟ ଜିଲ୍ଲା କୁନ୍ଦୁରା ପୋଲିସ୍ ର ଏକ ଭିନ୍ନ ଧରଣର ପ୍ରୟାସ ଦେଖିବାକୁ ମିଳିଛି l କୁନ୍ଦୁରା ପୋଲିସ୍ ଦ୍ଵାରା ନୂତନ ଟ୍ରାଫିକ୍ ନିୟମକୁ ନେଇ ଏକ ସଚେତନତା କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି, ଏକ ସଚେତନତା ରାଲି ଆୟୋଜିତ କରାଯାଇ ଥିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ଏବଂ ସେହିଠାରେ ପରିବେଷଣ ହେଉଥିବା ବାଘାଯତୀନ ଲୋକନାଟ୍ଯ ଯାତ୍ରା ଅନୁଷ୍ଠାନ ର କଳାକାରମାନେ ଏହି ଅବସରରେ ଉପସ୍ଥିତ ରହି ସହଯୋଗ କରିଥିଲେ l ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ସୂର୍ଯ୍ୟ ପ୍ରକାଶ ନାୟକ ଙ୍କ ନେତୃତ୍ବରେ ଏହି ସଚେତନତା ଅଭିଯାନ ଆରମ୍ଭ ହୋଇଛି l ଜନସାଧାରଣ ଙ୍କୁ ପୁଲ ଓ ଚକଲେଟ୍ ଦେଇ ଯାତ୍ରା କଳାକାରମାନେ, ପୋଲିସ୍ ପ୍ରଶାସନ ପକ୍ଷରୁ ସଚେତନତା ବାର୍ତ୍ତା ପ୍ରଚାର କରାଯାଇଥିଲା l ଏହି କର୍ଯ୍ୟକ୍ରମ କୁ ସ୍ଥାନୀୟ ଜନସାଧାରଣ ପ୍ରସଂଶା କରିଛନ୍ତି l Rita vision News 

ରାଜ୍ଯ ରେ ସାମ୍ବାଦିକ ଙ୍କୁ ଦୁର୍ବ୍ୟବହାର ଓ ଆକ୍ରମଣ ସୀମା ଟପିଲା l ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ....

Image
ଭୁବନେଶ୍ବର (ବ୍ୟୁରୋ) - ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଗୁଣ୍ଡାଗିରି, ରାହାଜାନୀ, ଅଶ୍ଳୀଳ ବ୍ୟବହାର, ବଳାତ୍କାର l ସରକାରଙ୍କ 5T କୁ ନେଇ ସାଧାରଣରେ ଆଲୋଚନା ହେଉଛି, ସରକାର ଯେଉଁ 5T ଓ ମୋ ସରକାର ନିୟମ କରିଛନ୍ତି, ରାଜ୍ୟର ଲୋକମାନଙ୍କ ପାଖରେ ଏହି 5T ର କଣ କାର୍ଯ୍ୟ କାହିକିଁ ସରକାର ଏହାକୁ ଲାଗୁ କରିଛନ୍ତି ତାହା ଅଗୋଚର l କାଲି ଆଇନ୍ ଓ ହାଇକୋର୍ଟ ଙ୍କ ନିୟମ କୁ ଖୁଲମଖୁଲା ଉଲ୍ଲଙ୍ଘନ କରି ବେଆଇନ୍ ପାର୍କିଂ ଫି ଆଦାୟ କରୁଥିବା ଭୁବନେଶ୍ବର ରସୁଲଗଡ଼ ରେ ଥିବା ନାମି ମଲ୍ ଏସପ୍ଲାନେଡ଼ ର ମହିଳା ସାମ୍ବାଦିକ ସ୍ଵାତି ଜେନା ଙ୍କୁ ଯେଭଳି ଭାବରେ ମାଡ ମାରିବା, ଦୁର୍ବ୍ୟବହାର କରିବା ଘଟିଗଲା ତାହା ସାରା ଦେଶରେ ଚର୍ଚ୍ଚା ଚାଲିଛି l ଏଥିରୁ ସ୍ପଷ୍ଟ ହୋଇଯାଇଛି ଯେ ରାଜ୍ୟରେ ଥିବା ସ୍ମାର୍ଟ ସିଟି ରାଜଧାନୀରେ ଘରୋଇ ଡାକ୍ତରଖାନା ଓ ଘରୋଇ ସପିଂ ମଲ ସବୁ ସରକାରୀ କାର୍ଯ୍ୟାଳୟ ଓ ପୋଲିସ୍ ପ୍ରଶାସନ କୁ କିଣିକି ରଖିଛନ୍ତି l ଯାହାଦ୍ୱାରା ସେମାନେ ଆଇନ୍ ର ଉର୍ଦ୍ଧ ରେ ରହି ଏହି ସବୁ ଘୃଣ୍ୟ କାମ କରିବା ସହିତ ଆଇନ୍ କୁ ହାତକୁ ନେବାକୁ ପଛାଉ ନାହାଁନ୍ତି l ଯଦି ଓଡିଶା ସରକାର 5T ର ନାରା ଦେଇଛନ୍ତି ଏହାର ସୁଫଳ ବିଷୟରେ ଜନସାଧାରଣ ଙ୍କୁ ସଚେତନତା କରନ୍ତୁ l ନଚେତ୍ ସମ୍ପୂର୍ଣ୍ଣ ଭାବେ ବନ୍ଦ କରି ଆଉ କି ଆଇନ୍ ଅଛି ତାହା ଆଣନ୍ତୁ, ଯାହାଦ୍ବାରା ରାଜ୍ଯ ର ଜନସାଧାରଣ ଠିକ୍ ନ୍ୟାୟ ପାଇପାରିବେ l ଗଣତାନ୍ତ୍ରିକ ରାଷ୍ଟ୍