Posts

Showing posts from February 9, 2023

ନେତାଜୀ ଙ୍କ ଅଷ୍ଟିନ କାର କୁ ଓଡିଶା ଫେରାଇ ଆଣିବାକୁ ନେତାଜୀ ସୁଭାଷ ସେନା ର ଦାବୀ l

Image
କଟକ (ବ୍ୟୁରୋ ରିପୋର୍ଟ) :- ନେତାଜୀ ସୁଭାଷ ବୋଷ ବ୍ୟବହାର କରୁଥିବା ଅଷ୍ଟିନ କାର ଟି ଏବେ ଜରାଜୀର୍ଣ୍ଣ ଅବସ୍ଥା ରେ ଝାଡଖଣ୍ଡ ର ଧାନବାଦ ରେ ବରାରୀ କୋକ ପ୍ଲାଣ୍ଟ ରେ ଅର୍ଧଭଗ୍ନ ଅବସ୍ଥା ରେ ପଡ଼ିରହିଛି l ଏହି ଗାଡି ର ଇଞ୍ଜିନ କୁ କିଛି ହୀନସ୍ୱାର୍ଥ ଲୋକ ଚୋରି କରି ନେଇଛନ୍ତି। ଏହା ଆମ ଦେଶ ର ଗର୍ବ ଓ ଗୌରବ ର ପ୍ରତୀକ।୧୯୪୦ ମସିହା ପର୍ଯ୍ୟନ୍ତ ନେତାଜୀ ଏହି କାର ଟିକୁ ସଭା ସମିତି ଯିବା ଗସ୍ତ ରେ ବ୍ୟବହାର କରିଛନ୍ତି,ତାଙ୍କର ଏହି ସନ୍ତକ କୁ ଓଡିଶା ର କଟକ ଓଡ଼ିଆ ବଜାର ସ୍ଥିତ ତାଙ୍କ ଜନ୍ମସ୍ଥାନ ମିଉଜିଅମ କୁ ଫେରାଇ ଆଣିବାକୁ ନେତାଜୀ ସୁଭାଷ ସେନା କୋକପ୍ଲାଣ୍ଟ ଜେନେରାଲ ମ୍ୟାନେଜର ଙ୍କୁ ଚିଠି ଯୋଗେ ଜଣାଇଛନ୍ତି।ସେନା ର ସଭାପତି ଅଜିତ ଦାସ ଧାନବାଦ ଗସ୍ତ ରେ ଯାଇ ନେତାଜୀ ଙ୍କ ଗାଡି ଅବସ୍ଥା ଦେଖିଛନ୍ତି ଓ ଏହା ଓଡିଶା ଫେରି ଆସିଲେ ଓଡ଼ିଆ ଙ୍କ ସ୍ୱାଭିମାନ ବଞ୍ଚିରହିବ ବୋଲି କହିଛନ୍ତି। ସରକାର ଯାଥା ଶୀଘ୍ର ଏହି ଏହାର ପ୍ରକ୍ରିୟାକରଣ ପାଇଁ ମନ ବଳାଇ ଓଡିଶାବାସୀ ଙ୍କ ସ୍ୱାଭିମାନ କୁ ବଞ୍ଚାଇବା ପାଇଁ ଚେଷ୍ଟା କରିବାକୁ ଜନସାଧାରଣ ଦାବି କରିଛନ୍ତି l