କଳିଙ୍ଗନଗର ତୃତୀୟ ରିଜର୍ଭ ବାଟାଲିୟନ ର ନବ ନିର୍ମିତ ବାରାକ ଓ ଓଡ୍ରାଫ କାର୍ଯ୍ୟାଳୟ ଉଦଘାଟନ I

ଯାଜପୁର (ସୁକିନ୍ଦା):- ଓଡିଶା ସ୍ୱତନ୍ତ୍ର ସଶସ୍ତ୍ର ବାହିନୀ ଅତିରିକ୍ତ ପୋଲିସ ମହା ନିର୍ଦ୍ଦେଶକ ଆରପି କୋଚେ ୪ ତାରିଖରେ ସୁକିନ୍ଦା ନିକଟସ୍ଥ ରଙ୍ଗୀଟାଙ୍ଗର ଠାରେ ଅବସ୍ଥିତ ତୃତୀୟ ଇଣ୍ଡିଆ ରିଜର୍ଭ ବାଟାଲିୟନ ଗସ୍ତକରି ସେଠାରେ ନବ ନିର୍ମିତ ଚାରି ମହଲା ବିଶିଷ୍ଟ ପୁରୁଷ ବାରାକ ଓ ଓଡିଶା ବିପର୍ଯ୍ୟୟ ପ୍ରଶମନ କାର୍ଯ୍ୟାଳୟ ଗୃହ ଦ୍ବୟକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ବାଟାଲିୟନ କାର୍ଯ୍ୟାଳୟଠାରେ କମାଣ୍ଡାଣ୍ଟ ଲୋଚନ ପଶାୟତ ଶ୍ରୀ କୋଚେଙ୍କୁ ସ୍ୱାଗତ କରିଥିଲେ l ସେଠାରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା l ଡେପୁଟି କାମାଣ୍ଡାଣ୍ଡ ସନ୍ତୋଷ କୁମାର ଦନସେନା, ସହକାରୀ କମାଣ୍ଡାଣ୍ଟ ଜନ ଏକ୍କା, ଇନିସପେକ୍ଟର ଏପି କେରକେଟା, ଜ୍ଞାନ ରଞ୍ଜନ ରାଉତ, ସୁନୀଲ ମଲ୍ଲିକ, ନୃସିଂହ ଚରଣ ଦାସ, ଶ୍ରୀଧର ସାହୁ, ଦେବେନ୍ଦ୍ର କୁମାର କାନୁନଗୋ, ଏସଆଇ କେସିଏଚ ଖଟୁଆ, ଆରକେ ବିଶ୍ୱାଳ, ଅନ୍ତର୍ଯ୍ୟାମୀ ନାୟକ ଓ ଓଡ୍ରାଫର ସ୍ଥାନୀୟ ମୁଖ୍ୟ ବିବେକାନନ୍ଦ ଦାସ ପ୍ରମୁଖ ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ l (ସୁକିନ୍ଦାରୁ ଜୟ ନାରାୟଣ ମହାପାତ୍ରଙ୍କ ରିପୋର୍ଟ )