Posts

Showing posts from March 6, 2023

ଷ୍ଟେରିଙ୍ଗ ଛାଡ ଆନ୍ଦୋଳନକୁ ଓହ୍ଲାଇବ ଡ୍ରାଇଭର ମହାସଂଘ l

Image
ଯାଜପୁର ( ସୁକିନ୍ଦା ): - ରବିବାର ଦିନ କୁହିକା ପଞ୍ଚାୟତରେ ରାଜ୍ୟ ଡ୍ରାଇଭର ମହାସଂଘ ତରଫରୁ ଏକ ବିଶାଳ ରାଲି ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ଦିନ ହେବ ରାଜ୍ୟସରକାରଙ୍କ ନିକଟରେ ଦିଆଯାଇଥିବା ଦାବୀ ପୂରଣ ନହେଲେ ଆସନ୍ତା ୧୫ତାରିଖ ଠାରୁ ଷ୍ଟେରିଙ୍ଗ ଛାଡ ଆନ୍ଦୋଳନ କରାଯିବ ନେଇ ସଂଘ ପକ୍ଷରୁ ନିଷ୍ପତି ନିଆଯାଇଥିବା ମାଇକ ସାହାଯ୍ୟରେ ଗାଁ ଗାଁ ବୁଲି ଜନସାଧାରଣଙ୍କୁ ଅବଗତ କରାଇଛନ୍ତି।।ଦଶ ଦଫା ଦାବି ସମ୍ବଳିତ ଦାବିପତ୍ର ଧରି ଗାଁ ଗାଁ ବୁଲୁଥିବା ଦେଖିବାକୁ ମିଳିଛି।ଆସନ୍ତା ୧୫ ତାରିଖ ପୂର୍ବରୁ ଜନସାଧାରଣ ନିଜ ନିଜ କାର୍ଯ୍ୟ ସମାପ୍ତ କରିଦେବାକୁ ଡାକରା ଦେଇଛନ୍ତି । ନଚେତ୍ ଗମନା ଗମନ ରେ ଅସୁବିଧାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି । ଡ୍ରାଇଭର ମାନଙ୍କୁ କରୋନା ଯୋଦ୍ଧାର ମାନ୍ୟତା ଦିଆଯାଉ । ଜନସାଧାରଣ ଙ୍କ ଆକ୍ରୋଶର ଶିକାର ହେଉଥିବା ଡ୍ରାଇଭର ସମାନ ପାଇଁ ସ୍ବତନ୍ତ୍ର ନିୟମ ପ୍ରଣୟନ କରାଯାଉ । ୫୫ ବର୍ଷ ରେ ମାସକୁ ପାଞ୍ଚ ହଜାର ଟଙ୍କା ପେନସନ ଦିଆଯାଉ ।ଡ୍ରାଇଭର ଆବାସ ନିମନ୍ତେ ପାଞ୍ଚ ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଉ । ଗାଡି ଗୁଡିକ ପାର୍କିଙ୍ଗ୍ , ଡ୍ରାଇଭର ବିଶ୍ରାମ ଗୃହ ଓ ଶୌଚାଳୟ ଯାହାକି ପ୍ରତି ୧୦୦ କି ମି ରେ କରାଯାଉ । ସରକାରଙ୍କ ପକ୍ଷରୁ ଦୁର୍ଘଟଣାଗ୍ରସ୍ତ ଡ୍ରାଇଭର ମାନଙ୍କୁ ନଗଦ ୨୦ ଲକ୍ଷ ଟଙ୍କାର ଅର୍ଥ ରାଶି , ୧୦ ଲକ୍ଷ ଟଙ୍କାର ବିମା ରାଶି ଓ ୫ ଲକ୍ଷ ଟଙ୍କାର ଦୁର୍ଘଟଣାଜନିତ ସ୍ବାସ