Posts

Showing posts from July 20, 2023

ଟାଟା ଷ୍ଟିଲ୍‌ କଳିଙ୍ଗନଗର ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି l

Image
ଯାଜପୁର (କଳିଙ୍ଗନଗର) :- ଜୁଲାଇ ୨୦ ଗୁରୁବାର ଦିନ ଟାଟା ଷ୍ଟିଲ କଳିଙ୍ଗନଗରର ପ୍ରକଳ୍ପ କେନ୍ଦ୍ର ୧ରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ପରିପ୍ରେକ୍ଷୀରେ ଯାଜପୁର ଜିଲ୍ଲା ମୁଖ୍ୟ ୟଚିକିତ୍ସାଳୟର ଓଡ଼ିଶା ରକ୍ତ ଭଣ୍ଡାର ସହଯୋଗରେ ଟାଟା ଷ୍ଟିଲ କଳିଙ୍ଗନଗରର ଇଞ୍ଜିନିୟରିଂ ଟିମ ଏବଂ ପ୍ରକଳ୍ପ ପକ୍ଷରୁ ଆୟୋଜିତ ହୋଇଥିଲା l ଏହି ରକ୍ତଦାନ ଅଭିଯାନରେ ମୋଟ ୧୧୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଟାଟା ଷ୍ଟିଲ ଏବଂ ବିଭିନ୍ନ ଭେଣ୍ଡରର କର୍ମଚାରୀମାନେ ସ୍ୱେଚ୍ଛାକୃତ ଭାବରେ ରକ୍ତଦାନ କରିବାକୁ ଦିନସାରା ଧାଡ଼ି ବାନ୍ଧିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଟାଟା ଷ୍ଟିଲ୍‌ କଳିଙ୍ଗନଗର ନିୟମିତ ଭାବରେ ଏହି ପରି ରକ୍ତଦାନ ଶିବିରର ଆୟୋଜନ କରିଥାଏ ।