Posts

Showing posts from March 9, 2021

ବିଆଇପିଏଫ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳନ l

Image
ଯାଜପୁର (ସୁକିନ୍ଦା): - ଅlନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଇମ୍ଫାର ସାମାଜିକ ଦାୟିତ୍ୱବୋଧ ସଂସ୍ଥା ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନ (ବିଆଇପିଏଫ) ପକ୍ଷରୁ ସୁକିନ୍ଦା କ୍ରୋମ ଉପତ୍ୟକାର କାଳିଆପାଣିସ୍ଥିତ ଗୋପବନ୍ଧୁ କ୍ଲବଠାରେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କର ଏକ ସମାବେଶ ଅନୁଷ୍ଠିତ ହୋଇଥିଲା l କାଳିଆପାଣି ସରପଞ୍ଚ କଳ୍ପନା ଜେନା ଏହାକୁ ଉଦଘାଟନ କରଥିଲେ l ସମିତି ସଭ୍ୟା ସଂଗୀତା ପ୍ରଧାନ, ଇମ୍ଫାର କାଳିଆପାଣି କ୍ରୋମାଇଟ ଖଣି ପରିଚାଳକ ମନୋଜ କୁମାର ସାମଲ, ସିଆରପି ପ୍ରିୟଙ୍କା ପ୍ରିୟଦର୍ଶିନୀ ମହାନ୍ତ ପ୍ରମୁଖ ଅତିଥିଭାବେ ଯୋଗଦେଇ ଏହି ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥଲେ l ଉପସ୍ଥିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ମଧ୍ୟରେ ମହାମାରୀ କରୋନା ସମ୍ପର୍କରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା l ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ଫାଉଣ୍ଡେସନ ପ୍ରଚେଷ୍ଟାରେ ଫିନାଇଲ ପ୍ରସ୍ତୁତିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଗୁରୁଜଙ୍ଗ ମା ବୃନ୍ଦାବତୀ ସ୍ୱୟଂ ସହାୟକ ଗୋଷ୍ଠୀ, ଉନ୍ନତ ମାନର ଛତୁ ଉତ୍ପାଦନ ନିମନ୍ତେ ଭାରତୀ ମହାନ୍ତ ଓ ପରିବା ଚାଷ ନିମନ୍ତେ ନିର୍ମଳା ମହାନ୍ତ ପୁରଷ୍କୃତ ହୋଇଥିଲେ l ଫାଉଣ୍ଡେସନର କାର୍ଯ୍ୟକ୍ରମ ଅଧିକାରୀ ଦୀପକ ମହାନ୍ତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ