Posts

Showing posts from March 6, 2025

ଅଧାରୁ ପାଠ ଛାଡୁଥିବା ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ସ୍ରୋତକୁ ଫେରାଇ ଆଣୁଛି ଟାଟା ଷ୍ଟିଲ ଫାଉଣ୍ଡେସନ l

Image
ଯାଜପୁର /କଳିଙ୍ଗନଗର, ତା ୦୫/୦୩ : - କଳିଙ୍ଗନଗର ଅଞ୍ଚଳରେ ଅନେକ ଛାତ୍ରଛାତ୍ରୀ ବିଭିନ୍ନ କାରଣରୁ ଅଧାରୁ ପାଠ ଛାଡୁଛନ୍ତି। ଯାହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏହି କ୍ଷେତ୍ରରେ ସ୍ଥାନୀୟ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ପାଇଁଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ନିଆ ଯାଉଥିବା ବିଭିନ୍ନ ପଦକ୍ଷେପ ମଧ୍ୟରୁ ଏଜୁକେସନ ସିଗ୍ନେଚର ପ୍ରୋଗ୍ରାମ (ଇଏସପି) ପ୍ରକଳ୍ପ ହାତକୁ ନେଇଛି। ସେହି ପ୍ରକଳ୍ପ ସହାୟତାତରେ ଉପକୃତ ହୋଇଥିବା ଜଣେ ଛାତ୍ରୀ ହେଲେ ଗୀତା ମୁଣ୍ଡା। ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ କଙ୍କଡପାଳ ଗ୍ରାମର ଗୀତା ମୁଣ୍ଡା ବାପାଙ୍କ ମୃତ୍ୟୁ ପରେ ଗୁରୁତର ଆର୍ôଥକ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଯାହା ତାଙ୍କ ପରିବାରକୁ ଗୁରୁତର ଭାବେ ପ୍ରଭାବିତ କରିଥିଲା। ଫଳରେ ଗୀତା ମୁଣ୍ଡା ପଞ୍ଚମ ଶ୍ରେଣୀ ସମାପ୍ତ କରିବା ପରେ ଅଧାରୁ ପାଠ ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ତେବେ ଏହା ଜାଣିବାପରେ ଟାଟା ଷ୍ଟିଲ ଫାଉଣ୍ଡେସନ (ଟିଏସଏଫ) ଗୀତାଙ୍କୁ ଗୋବରଘାଟି ସ୍ଥିତ ରେସିଡେନ୍ଟାଲ ବ୍ରିଜ କୋର୍ସ (ଆରବିସି)ରେ ନାମ ଲେଖାଇବା ପାଇଁ ପ୍ରୋତ୍ସାହିତ କରିଥିଲା। ଟିଏସଏଫର ହସ୍ତକ୍ଷେପ ଯୋଗୁଁ ସେ ବେଲୋହାରୀ ଆଶ୍ରମ ବିଦ୍ୟାଳୟରୁ ମାଟ୍ରିକ୍ ପାସ୍ କରିବା ପରେ ଏବେ ସେ ସାହାରପଡ଼ା ମହାବିଦ୍ୟାଳୟରେ ସ୍ନାତକ ପାଠ ପଢୁଛନ୍ତି। ନିଜ ପ୍ରାରମ୍ଭିକ ସ୍କୁଲ ଦିନକୁ ମନେ ପକାଇ ଗୀତା କୁହନ୍ତି, ...

ବିଜୁବାବୁଙ୍କ ଅଧୁରା ସ୍ୱପ୍ନକୁ ଆମ ସରକାର ପୂରଣ କରିବ : – ମୁଖ୍ୟମନ୍ତ୍ରୀ l

Image
ଭୁବନେଶ୍ୱର ତା.୦୫/୦୩(ବ୍ୟୁରୋ ରିପୋର୍ଟ) :- ବିଜୁବାବୁ ଥିଲେ ଓଡିଶାର ପଥ ପ୍ରଦର୍ଶକ । ବିଜୁ ବାବୁଙ୍କ ପ୍ରତ୍ୟେକଟି ପଦକ୍ଷେପ ଆମକୁ ପ୍ରେରଣା ଦେଉଛି। ଓଡିଶା ପାଇଁ ସେ ଅନେକ ସ୍ୱପ୍ନ ଦେଖିଥିଲେ ଏବଂ ତାକୁ ପୂରଣ କରିବା ପାଇଁ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଉଦ୍ୟମ କରିଥିଲେ । ଓଡିଶାର ଶିଳ୍ପାୟନ, ମହିଳାମାନଙ୍କ ସଶକ୍ତିକରଣ ଥିଲା ତାଙ୍କର ସ୍ୱପ୍ନ । ବିଜୁବାବୁଙ୍କ ସ୍ୱପ୍ନ ଓ ଆମ ସରକାରଙ୍କ କାର୍ଯ୍ୟକ୍ରମ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ । ବିଜୁ ବାବୁ ସମୃଦ୍ଧ ଓଡିଶା ଗଠନ ପାଇଁ ଚିନ୍ତା କରିଥିଲେ । ଆଜି ଆମ ସରକାର ୨୦୩୬ ସୁଦ୍ଧା ସମୃଦ୍ଧ ଓଡିଶା ଗଠନ ପାଇଁ ଉଦ୍ୟମ ଆରମ୍ଭ କରିଛି । ବିଜୁ ବାବୁ ଓଡିଶା ପାଇଁ ଯେଉଁସବୁ ସ୍ବପ୍ନ ଦେଖିଥିଲେ, ତାକୁ ଆମ ସରକାର ପୂରଣ କରିବ । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସ୍ଥାନୀୟ ଜୟଦେବ ଭବନ ଠାରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଆୟୋଜିତ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ଯୋଗଦେଇ ଏହା କହିଛନ୍ତି।  ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଜୁ ବାବୁ ଶିଳ୍ପ କ୍ଷେତ୍ରକୁ ବହୁତ ପ୍ରାଧାନ୍ୟ ଦେଉଥିଲେ । ସେ ନିଜେ ଅନେକ କାରଖାନା ପ୍ରତିଷ୍ଠା କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସବୁ ଗୁଡିକୁ ସରକାରଙ୍କୁ ଦେଇ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବୋଧହୁଏ ଏଭଳି ନିଷ୍ପତ୍ତି ନେବାରେ, ସେ ଥିଲେ ବିଶ୍ବର ...