Posts

Showing posts from February 4, 2023

କଳିଙ୍ଗନଗର ମହୋତ୍ସବ ଦିତୀୟ ଦିବସରେ ଅସୀମା ପଣ୍ଡା ଙ୍କ ଦ୍ଵାରା ପରିବେଷିତ ସୁମଧୁର ଗୀତ ରେ ଦର୍ଶକ ବିଭୋର l

Image
ଯାଜପୁର (କଳିଙ୍ଗନଗର) :- କଳିଙ୍ଗନଗର ମହୋତ୍ସବ ୨୦୨୩ ର ଦ୍ଵିତୀୟ ସନ୍ଧ୍ୟାରେ ଦର୍ଶକମାନଙ୍କ ରୁଚି ଓ ପସନ୍ଦ ମୁତାବକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ବର ର ପୂର୍ବତନ ସାଂସଦ ମାନ୍ୟବର ଶ୍ରୀଯୁକ୍ତ ପ୍ରସନ୍ନ ପାଟ୍ଟଶାଣୀ ଓ ପୂର୍ବତନ ମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ଯୋଗଦେଇ ସେମାନଙ୍କର ନିଜନିଜର ଅଭିଭାଷଣ ପ୍ରଦାନ କରିଥିଲେ l ଏହାସହିତ ଦାନଗଦୀ ବ୍ଲକ ଓ ସୁକିନ୍ଦା ବ୍ଲକ ର ଅଧ୍ୟକ୍ଷା /ଅଧ୍ୟକ୍ଷ ଏବଂ ସମସ୍ତ ଜନପ୍ରତିନିଧି ଯୋଗଦେଇଥିଲେ l ଆଗାମୀ ଦିନରେ ଏହା ଷ୍ଟିଲ କନକ୍ଳୀବ ନାମରେ ପରିଚିତ ହେବାପାଇଁ ଚଳିତ ବର୍ଷ ଠାରୁ ସରକାରୀ ସ୍ତରରେ ନିଷ୍ପତ୍ତି ନିଆଯାଇଛି l ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କୁ ଆକୃଷ୍ଟ କରିବା ପାଇଁ ଓଡ଼ିଶାର ନାମୀଦାମୀ କଳାକାର ଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ କରାଯାଇଛି l ପ୍ରଶାସନିକ କ୍ଷେତ୍ରରେ କିଛି ନୂତନ କାର୍ଯ୍ୟକ୍ରମ ହାତକୁ ନିଆଗଲେ ଆହୁରି ପ୍ରଚାର ଓ ପ୍ରସାର ଦିଗରେ ଅଗ୍ରଗତି ହୋଇପାରନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି l ମହୋତ୍ସବ ର ଦ୍ଵିତୀୟ ସନ୍ଧ୍ୟାରେ ଖାଦ୍ୟ ସାମଗ୍ରୀ ଏବଂ ନିରାମିଷ ବିଭିନ୍ନ ପ୍ରକାର ଖାଦ୍ୟ ଦୋକାନ ଆଗରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳିଥିଲା l ବିଭିନ୍ନ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କ