Posts

Showing posts from December 14, 2023

ଆଦିବାସୀ ପାରମ୍ପାରିକ ହୋ' ଭାଷା ସାଂସ୍କୃତି ଇତିହାସ କୁ ମନେ ପକାଇ ନୂତନ ବର୍ଷ ଓ ବନ୍ଧୁମିଳନ ମହାଆଡମ୍ବର ସହ ପାଳିତ l

Image
ଯାଜପୁର :- ଜିଲ୍ଲା ର ଦାନଗଦି ବ୍ଲକ ରଣାଗୁଣ୍ଡି ପଞ୍ଚାୟତ କୈବଲ୍ୟ ଗାଡିଆ ଠାରେ ହୋ' ସମ୍ପ୍ରଦାୟର ନୂତନ ବର୍ଷ ମହାଆଡମ୍ବର ସହିତ ଅନୁଷ୍ଠିତ ହୋଇଯାଇଛି । ଆାଦିବାସୀ ସାନ୍ତାଳି ଜନ ଜାତି ର ରୀତିନୀତିରେ ପ୍ରଥମେ. ମା' ବସୁଧା ଙ୍କୁ ପୂଜା କରାଯାଇଥିଲା ଏବଂ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହୋଇଥିଲା l କଳିଙ୍ଗନଗର ରଣାଗୁଣ୍ଡି ପଞ୍ଚାୟତ କୈବଲ୍ୟ ଗାଡିଆ ଠାରେ ଆଦିବାସୀ ପାରମ୍ପାରିକ ହୋ' ଭାଷା ବୁଡି ଯାଇଥିବାରୁ ତାକୁ ପୁନର୍ବାର ଜୀବତ କରିବା ପାଇଁ ନୂତନ ବର୍ଷ ଉପଲକ୍ଷେ ଆଦିବାସୀ ସମାଜର ମହାସମାବେଶ ଅନୁଷ୍ଠିତ ହୋଇଛି। ଏହି ମହାସମାବେଶରେ ଆଦିବାସୀ ପରମ୍ପରିକ ନୃତ୍ୟ ଗୀତ ଓ ହୋ' ଭାଷା ସାଂସ୍କୃତି କ୍ୟାଲେଣ୍ଡର, ପୁସ୍ତକ ଆଦି ପ୍ରଦର୍ଶିତ ହୋଇଥିଲା l ଅଦିମ ଅଧିବାସୀ ଆଦିବାସୀ ମାନଙ୍କର ପର୍ବ ପର୍ବାଣୀ କେମିତି ପାଳନ କରିବେ ହୋ' ଭାଷା ର କ୍ୟାଲେଣ୍ଡର ବାର ମାସର ତେର ପର୍ବ କୁ ଗଣନା କରିବା ଓ ଆଦିବାସୀ ସମାଜର ସମସ୍ତ ସୁବିଧା ସୁଯୋଗ କୁ ଅନୁସରଣ କରିବାକୁ ଏହି ମହାସମାବେଶରେ ବରେଣ୍ଯ ବ୍ୟକ୍ତିବିଶେଷ ମାନେ ଉପସ୍ଥିତ ରହି ନିଜ ନିଜର ମତ ରଖିଥିଲେ । ଏହି ଆଦିବାସୀ ପାରମ୍ପାରିକ ମହାସମାବେଶର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସିଂ ଭୂମି ଝାଡ଼ଖଣ୍ଡ ଠାରୁ କଳିଙ୍ଗନଗର ପର୍ଯ୍ୟନ୍ତ ଲମ୍ବିଥିବା ଏହି ହୋ' ସମାଜ କୁ ବଞ୍ଚେଇବା ପାଇଁ ଓ ଆଦିବାସୀମାନଙ୍କ ମଧ୍ୟରେ ସମନ୍