Posts

Showing posts from December 8, 2023

ମାନସିକ ବିକାର ଗ୍ରସ୍ତ ବୃଦ୍ଧ ଙ୍କୁ ଟିକିଏ ହସି ପରିବାର ଉଧାର କରି ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ପାଇଁ ଭର୍ତ୍ତି କରିି ବୃଦ୍ଧା ଆଶ୍ରମ କୁ ପଠାଇଲେ।

Image
ଯାଜପୁର :- "ଟିକିଏ ହସ " ସ୍ଵେଚ୍ଛାସେବୀ ସଂଗଠନ ର ସାମାଜ ପାଇଁ ସୁ - ପ୍ରେରଣା l ଦାନଗଦି ଠାରେ ଜଣେ ଅସହାୟ ନିରାଶ୍ରୟ ମାନସିକ ଗ୍ରସ୍ତ ବୃଦ୍ଧ ଖଣ୍ଡିଆ ଖାବରା ହୋଇ ବୁଲୁ ଥିବା ଦେଖିବାକୁ ପାଇଥିଲେ ସଂଗଠନ ର ସଭାପତି l ସୂଚନା ମୁତାବକ ଏହି ମାନସିକ ଗ୍ରସ୍ତ ବୃଦ୍ଧ ଜଣଙ୍କର ଘର କେଉଁଠି ବୋଲି ପରିଚୟ ମିଳିନାହିଁ। ସେହି ଅସହାୟ ନିରାଶ୍ରୟ ମାନସିକ ବୃଦ୍ଧ ଭୋକ ଉପାସରେ ଦାନଗଦି ର ରାସ୍ତା ଘଟ ବୁଲୁ ଥିବା ବେଳେ "ଟିକିଏ ହସ" ସଭାପତି ଅରବିନ୍ଦ ମହାରଣା ଦେଖି ବାକୁ ପାଇଥିଲେ। ମାନସିକ ଗ୍ରସ୍ତ ବୃଦ୍ଧ ଙ୍କୁ ଦାନଗଦି ଗାଁ ଭିତରୁ ଉଧ୍ୟାର କରି ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଗତ କାଲି ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଆଜି ସେହି ବୃଦ୍ଧଙ୍କୁ ଟିକିଏ ହସ ପରିବାର ପକ୍ଷରୁ ଖାଇବାକୁ ଦେଇ ତାଙ୍କର ଲମ୍ବା ଚୁଟି ଲମ୍ବା ଦାଢି କାଟି ବୃଦ୍ଧ ଙ୍କୁ ଗାଧୋଇ ଦେଇ ନୁଆ ବସ୍ତ୍ର ଦେଇଥିଲେ । ତାପରେ ବୃଦ୍ଧ ଙ୍କୁ ଚିକିତ୍ସା କରି ଯାଜପୁର ଜିଲ୍ଲା ଚିକିତ୍ସାଳୟ କୁ ପଠାଇ ଥିଲେ। କେମିତି ଚିକିତ୍ସା ହୋଇ ସମ୍ପୁର୍ଣ୍ଣ ଭଲ ହୋଇ ନିଜ ଘରକଥା ମନେପଡିବ ସେ ଘରକୁ ଫେରି ପାରିବେ ସେଥିପାଇଁ ଜିଲ୍ଲା ଚିକିତ୍ସା କେନ୍ଦ୍ରକୁ ପଠାଇଥିଲେ। ଯାହା ସରକାରୀ ବାବୁ ବାବୁଆଣି ମାନେ କରିବା କଥା ତାହା ଆଜି "ଟିକିଏ ହସ" ପରିବାର କରି ଦେଖାଇଲେ l "ଟିକିଏ ହସ&