Posts

Showing posts from November 13, 2023

ଅସହାୟ ଓଡ଼ିଆ ଶ୍ରମିକ ଙ୍କୁ ସାହାଯ୍ୟ ର ହାତ ବଢ଼ାଇବାକୁ ବିଶ୍ୱରଞ୍ଜନ ଙ୍କ ନିବେଦନ l

Image
      ବ୍ୟୁରୋ ରିପୋର୍ଟ :- ଦକ୍ଷିଣ ଆଫ୍ରିକା ଗାବନ୍ ରେ ଫସିଛନ୍ତି ୧୪ ଜଣ ଓଡ଼ିଆ ଶ୍ରମିକ । ଉଦ୍ଧାର ନିମନ୍ତେ, ସମସ୍ତ ପରିବାର ର ସଦସ୍ୟ, ସାହାଯ୍ୟ ନିମନ୍ତେ ପ୍ରମୁଖ ସାମାଜିକ ଅନୁଷ୍ଠାନ ମାଧ୍ୟମରେ ( ୱାରଲ୍ଡ ଓଡ଼ିଆ ସୋସାଇଟି/ ଭାରତ ସେବା ଦର୍ଶନ / ଭାରତୀୟ ପ୍ରବାସୀ ଓଡ଼ିଶା ସଙ୍ଘ/ ଆନ୍ତର୍ଜାତୀୟ ମାନବ ଅଧିକାର ରକ୍ଷାକାରୀ ସଂଗଠନ / ଗ୍ଲୋବାଲ ଓଡ଼ିଆ ସୋଶାଇଟି ) କୁ ନିବେଦନ କରାଯାଇଛି। ଏହି ପ୍ରମୁଖ ସାମାଜିକ ଅନୁଷ୍ଠାନ ର ସଭାପତି ଶ୍ରୀଯୁକ୍ତ ବିଶ୍ଵ ରଞ୍ଜନ ସାହୁ, ସରକାର ଙ୍କୁ ୧୪ ଅସହାୟ ଓଡ଼ିଆ ଶ୍ରମିକ ଙ୍କୁ ଉଦ୍ଧାର କରିବା ନିମନ୍ତେ ନିଜର ନିବେଦନ ର ପତ୍ର ଲେଖିଛନ୍ତି। ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ରେ ଅସହାୟ ଅବସ୍ଥାରେ ଜୀବନ ଯାପନ କରୁଛନ୍ତି ୧୪ ଜଣ ଓଡ଼ିଆ ଶ୍ରମିକ, ଭିଡିଓ ବାର୍ତ୍ତା ଦେଇ ଉଦ୍ଧାର ପାଇଁ ନିବେଦନ କରିଛନ୍ତି । ୧୪ ଜଣ ଓଡ଼ିଆ ଶ୍ରମିକ ପରିବାର ପୋଷଣ ପାଇଁ ଯାଇଥିବା ସେଠାରେ ଫସି ରହିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ରାଜ କନିକା ବ୍ଲକ୍ ର ଜୟନଗର କୋଇଲିପୁରୁ ଓ ତ୍ୟେଲକ୍ୟପୁରୁ ପଞ୍ଚାୟତ ର ୧୪ ଜଣ ଶ୍ରମିକ ସେଠାରେ ଏକ କଂପାନୀ ରେ କାମ କରିବାକୁ ଯାଇଥିଲେ। ସେଠାରେ ସେମାନଙ୍କୁ ଅକଥନୀୟ ନିର୍ଯାତନା ଦିଆ ଯାଉଥିବା ବେଳେ ଖାଇବା ଓ ପିଇ ବାକୁ ମିଳୁନଥିବା ସେମାନେ ଅଭିଯୋଗକରିଛନ୍ତି । ୪ ମାସ ହେଲା କଂପାନୀ ସେମାନଙ୍କୁ ଦରମା ଦେଉନଥିବା ସେମାନେ କହିଛନ୍ତି। କେବଳ ସେତିକି ନୁହେଁ, ଭ