Posts

Showing posts from December 17, 2019

ନୀଳାଞ୍ଚଳ ଇସ୍ପାତ୍ କାରଖାନା କୁ ଘରୋଇକରଣ ରୁ ମୁକ୍ତ କରିବାକୁ ଭୁବନେଶ୍ବର ରେ ବିକ୍ଷୋଭ l

Image
ନୀଳାଞ୍ଚଳ ଇସ୍ପାତ କାରଖାନା କୁ ଘରୋଇକରଣ ନ କରିବାକୁ ଆନ୍ଦୋଳନ କୁ ଓହ୍ଲାଇଲେ ଶ୍ରମିକ ସଙ୍ଗଠନ l ଭୁବନେଶ୍ବର - ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପା ଅଞ୍ଚଳରେ ଏକମାତ୍ର ସରକାରୀ ଉଦ୍ୟୋଗ ନୀଳାଞ୍ଚଳ ଇସ୍ପାତ୍ କାରଖାନା ଆଜକୁ ପାଞ୍ଚ ମାସ ହେବ ବନ୍ଦ ପଡ଼ିଛି l ଏଥିପାଇଁ ହାଜର ହଜାର ଶ୍ରମିକ, କର୍ମଚାରୀଙ୍କ ଭାତ ହାଣ୍ଡିକୁ ଲାତ ମାରିବା ସହ ସମାନ l କାରଖାନା ପାଇଁ ଜମି ହରାଇଥିବା ଲୋକଙ୍କୁ କାମ କରିବାକୁ ସୁଯୋଗ ଦେବା ପରିବର୍ତ୍ତେ କାରଖାନା କୁ ବିଭିନ୍ନ ଆଳ ଦେଖାଇ ବନ୍ଦ କରି ଦିଆଯାଇଛି l ଏବଂ ସରକାରୀ ଉଦ୍ୟୋଗ କୁ ଘରୋଇକରଣ କରିବାକୁ ସରକାର ଚକ୍ରାନ୍ତ କରୁଛନ୍ତି ବୋଲି ଅଭିଯୋଗ ହେଉଛି l ନୀଳାଞ୍ଚଳ ଇସ୍ପାତ୍ ରାଜ୍ଯ ଓ କେନ୍ଦ୍ର ସରକାରଙ୍କ ଦ୍ବାରା ପରିଚାଳିତ ଏକ କାରଖାନା ଯାହାକି ଏହା ୨୫୦୦ ଏକର ଜମିରେ ପ୍ରତିଷ୍ଠା କରାଯାଇଥିଲା l ଏବଂ ଏହାର ସବୁ ଭିତ୍ତିଭୁମି ଥାଇ ମଧ୍ୟ ସରକାର ଏହାକୁ ଘରୋଇ କମ୍ପାନୀ ହାତରେ ଟେକିଦେବା କୁ ଚକ୍ରାନ୍ତ କରୁଛନ୍ତି l ଏହି ପ୍ରତିବାଦରେ 16 ତାରିଖ ଦିନ ନୀଳାଞ୍ଚଳ ବଞ୍ଚାଅ ମିଳିତ ମଞ୍ଚ ଓ ବିଭିନ୍ନ ଟ୍ରେଡ଼ ୟୁନିଅନ୍ ମିଳିତ ଭାବେ ଭୁବନେଶ୍ବର ଗାନ୍ଧୀନଗର ଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି l ରାଷ୍ଟ୍ରାୟତ ଉଦ୍ୟୋଗ ନୀଳାଞ୍ଚଳ କାରଖାନା କୁ ପୁନ କାର୍ଯ୍ୟକ୍ଷମ କରିବା ପାଇଁ ଦାବି କରିଥିଲେ l ଏହି ଅବସରରେ ରାଜ୍ୟର ଶିଳ୍ପ ମନ୍ତ୍ରୀ ଙ୍କୁ ଏକ ଦାବିପତ୍ର ପ୍ରଦା