Posts

Showing posts from September 13, 2024

ରାଜ୍ୟରେ ଲାଗୁ ହେବ କାମଧେନୁ ଯୋଜନା !

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) :- ମୋହନ ସରକାର ଙ୍କ ବଡ ନିଷ୍ପତ୍ତି । ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଲାଗୁ ହେବ କାମଧେନୁ ଯୋଜନା। ଚଳିତ ମୌସୁମୀ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଏହି ସୂଚନା ଦେଇଛନ୍ତି । କାମଧେନୁ ଯୋଜନା ପାଇଁ ଖର୍ଚ୍ଚ ହେବ ୧୪୨୪ କୋଟି ଟଙ୍କା। ଗାଈଗୋରୁଙ୍କ ସ୍ବାସ୍ଥ୍ୟ ଓ ଚିକିତ୍ସା ଲାଗି ଗୋ ମାତା ଯୋଜନା ହୋଇଛି। ସେହିପରି ବୁଲା ଗାଈଗୋରୁଙ୍କ ଲାଗି ମୁଖ୍ୟମନ୍ତ୍ରୀ ପ୍ରାଣୀ କଲ୍ୟାଣ ଯୋଜନା ପରି ଯୋଜନା ପ୍ରସ୍ତୁତ କରିଛନ୍ତି l ପଶୁ ସମ୍ପଦ ଉତ୍ପାଦନ ବୃଦ୍ଧି କ୍ଷେତ୍ରରେ ଓଡ଼ିଶା ରାଜ୍ୟ ଆଉ ଏକ ପାଦରେ l କୃଷକଙ୍କ ଜୀବନରେ ଖାଦ୍ୟ, ଆୟ ଓ ନିଯୁକ୍ତି ପ୍ରଦାନରେ ମୁଖ୍ୟ ଭୂମିକା ବହନ କରିଥାଏ। ରାଜ୍ୟରେ ଦୈନିକ ଦୁଗ୍ଧ ଉତ୍ପାଦନକୁ ଦ୍ୱିଗୁଣିତ କରିବା ଲକ୍ଷ୍ୟ ନେଇ ଏକ ନୂତନ ଯୋଜନା 'ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା' ଆରମ୍ଭ କରାଯିବ। ଏହା ଅଧୀନରେ ପ୍ରତିବର୍ଷ ୨,୦୦୦ ହିତାଧିକାରୀଙ୍କୁ ୨ଟି କ୍ରସ୍‌ବ୍ରିଡ୍‌ ଗାଈ ରଖିବା ପାଇଁ ସହାୟତା ପ୍ରଦାନ କରାଯିବ ଏବଂ କ୍ଷୁଦ୍ର ଦୁଗ୍ଧ ୟୁନିଟ୍‌ ପ୍ରତିଷ୍ଠା କରାଯିବ। ଏଥିସହ ୨୦ ହଜାର ଦୁଗ୍ଧ ଚାଷୀଙ୍କୁ ରିହାତିରେ ବାଛୁରୀ ଖାଦ୍ୟ ଯୋଗାଇ ଦିଆଯିବ। ୧ ଲକ୍ଷ ଚାଷୀ ଦୁଧିଆଳୀ ଗାଈର ବୀମା ପାଇଁ ସହାୟତା ପାଇବେ। ଏସବୁକୁ ଦୃଷ୍ଟିରେ ରଖି ପ୍ରାଣୀ ସମ୍ପଦ ବିକାଶ କ୍ଷେତ୍ରରେ ମୋଟ ଆବଣ୍ଟନ ୬୯୭ କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିବା ମୁଖ୍ୟମ...

ଯାଜପୁର ଜିଲ୍ଲା ରେ ସୁଭଦ୍ରା ଯୋଜନା କାର୍ଯ୍ୟକରିତା ନେଇ ଜିଲ୍ଲାପାଳଙ୍କ ସମୀକ୍ଷା l

Image
ଯାଜପୁର ତା ୧୦.୦୯ :- ଅପରାହ୍ନରେ ଓସୱାନ ସମ୍ମିଳନୀ କକ୍ଷରେ ଯାଜପୁର ଜିଲ୍ଲାରେ ସୁଭଦ୍ରା ଯୋଜନା କାର୍ଯ୍ୟକାରିତା ନେଇ ଜିଲ୍ଲାପାଳ ଶ୍ରୀମତୀ ପି. ଅନ୍ଵେଷା ରେଡ୍ଡୀ, ସମସ୍ତ ଜିଲ୍ଲା ଓ ବ୍ଲକ ସ୍ତରୀୟ କର୍ମକର୍ତ୍ତାଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲେ । ମହିଳା ମାନଙ୍କୁ ସଶକ୍ତି କରଣ କରିବା ନିମନ୍ତେ ସରକାରଙ୍କ ଅଭିନବ ପ୍ରୟାସ "ସୁଭଦ୍ରା ଯୋଜନା" ର  ପଞ୍ଜୀକୃତ କାର୍ଯ୍ୟକ୍ରମ ଯାଜପୁର ଜିଲ୍ଲାରେ ସୁଚାରରୁପେ ଆଗେଇ ଚାଲିଛି । ସରକାରଙ୍କ ବିଭିନ୍ନ ସୁଫଳ ପଦକ୍ଷେପ ମାଧ୍ଯମରେ ପଞ୍ଜିକରଣକୁ ସରଳ କରାଯାଇପାରିଛି ଯାହାଦ୍ବାରା ଲୋକମାନେ ସୁବିଧାରେ ପଞ୍ଜୀକରଣ କରିପାରୁଛନ୍ତି । ସରକାରଙ୍କ ଦ୍ବାରା ଜାରି ମାର୍ଗଦର୍ଶିକା ଅନୁଯାୟୀ ଓଟିପି ଆଧାରିତ କିମ୍ବା ଇ-କେ ୱାଇ. ସି କୁ ପ୍ରାଧାନ୍ୟ ଦିଆଯାଇ ନାହିଁ । ଜିଲ୍ଲାପାଳ ଶ୍ରୀମତୀ ପି. ଅନ୍ଵେଷା ରେଡ୍ଡୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ବରିଷ୍ଠ ଅଧିକାରୀମାନେ ଜିଲ୍ଲାରେ ଥିବା ସମସ୍ତ ଜନସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ର ଗୁଡିକ ପରିଦର୍ଶନ କରି ପଞ୍ଜୀକରଣ କାର୍ଯ୍ୟର ତଦାରଖ କରୁଛନ୍ତି । ଆଜି ଦିନ ୧୦ ଘଟିକା ସୁଧା ଜିଲ୍ଲାରେ ୨,୩୭,୮୦୭ ଜଣ ମହିଳା ହିତାଧ୍ୟାକାରୀ ପଞ୍ଜୀକରଣ କରିଛନ୍ତି, ତନ୍ମଧ୍ୟରୁ ବଡଚଣା ବ୍ଲକରେ ୨୮,୪୦୩, ବରି ବ୍ଲକରେ ୨୬,୦୪୨, ବିଞ୍ଝାରପୁର ବ୍ଲକରେ ୨୫,୦୧୩, ଧର୍ମଶାଳା ବ୍ଲକରେ ୨୯,୨୯୧, ଦାନଗଦି ବ୍ଲକରେ ୧୨,୨୨୭, ଦଶରଥପୁର ବ୍ଲକ...