Posts

Showing posts from September 13, 2020

କଳିଙ୍ଗନଗର ଶିଳ୍ପା ଅଞ୍ଚଳରେ ଅନ୍ଧାରି ମୂଳକ ଗାଁ ରଣା ଗୁଣ୍ଡି ର ହରିଜନ ସାହି l

Image
ଯାଜପୁର (ବ୍ୟୁରୋ ରିପୋର୍ଟ) - ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପା ଅଞ୍ଚଳ, ଦାନଗଦି ବ୍ଲକ୍ ର ରଣା ଗୁଣ୍ଡି ଗ୍ରାମପଞ୍ଚାୟତର ୭ ନମ୍ବର ୱାର୍ଡର ତଳ ହରିଜନ ସାହି l ଏହିଠାରେ ବାସକରନ୍ତି ୨୮ ଟି ପରିବାର, ଭୋଟର ସଂଖ୍ୟା ୨୦୦ ରୁ ଉର୍ଦ୍ଧ l ଏହା ଏକ ଏହିପରି ସାହି ଯେଉଁ ସାହି କୁ ଗମନାଗମନ ପାଇଁ କୌଣସି ସୁବିଧା ନାହିଁ l ଖରାଦିନରେ ଲୋକମାନେ ଟିକେ ଯା' ଆସ କରିପାରିବେ କିନ୍ତୁ ବର୍ଷା ଦିନ ଆସିଲେ ନା ଯାଇପାରେ ଟ୍ରାକ୍ଟର ନା ଦୁଇଚକିଆ ଯାନ, ଏମିତିକି ସାଇକେଲ ଯିବା ଅସମ୍ଭବ I ରୋଗୀମାନଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ଏକ ମାତ୍ର ସାହାରା ଦୋଳl ବା ଖଟିଆ l ଗାଁ ରୁ ଆନୁମାନିକ ଦେଢ଼ କିଲୋମିଟର ଆସିଲେ ରୋଗୀ ବୁହାହୋଇ ଆସିଲେ ଆମ୍ବୁଲାନ୍ସ ସେବା ଉପଲବ୍ଧ ହୋଇଥାଏ l କାହିଁ କେତେ କାଳରୁ ସେ ଅସୁବିଧା ହୋଇଆସୁଛି କିନ୍ତୁ ପ୍ରଶାସନିକ ଅଧିକାରୀ କିମ୍ବା ସ୍ଥାନୀୟ ସରପଞ୍ଚଙ୍କ ଦୃଷ୍ଟି ପଡ଼ି ପାରୁନାହିଁ l ଏହି ଅପାନ୍ତ ବସ୍ତି ର ଲୋକମାନେ ନିଜର ମୌଳିକ ଅଧିକାର ପାଇଁ କେତେଥର ସରପଞ୍ଚ ଏବଂ ନେତାଙ୍କୁ ଜଣାଇଛନ୍ତି କିନ୍ତୁ ଫଳ ଶୂନ l ଏହି ହରିଜନ ବସ୍ତି ରେ ଏମିତି କି ପାଣି ସମସ୍ୟା, ଅଙ୍ଗନୱାଡ଼ି, ସ୍କୁଲ ନାହିଁ l ଛୋଟ ଛୋଟ ପିଲା ସେଠାରୁ ଚାରି କିଲୋମିଟର ଦୂରରେ ଅବସ୍ଥିତ ଉପର ସାହି କୁ ଚାଲି ଚାଲି ଅଙ୍ଗନୱାଡ଼ି କୁ ଯାଇଥାନ୍ତି l ସ୍କୁଲ ପିଲାମାନଙ୍କୁ ପାଦ