ସହିଦ ଭଗତ ସିଂ ଯୁବକ ସଂଘ ପକ୍ଷରୁ ସହିଦ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ l

ଯାଜପୁର (ବ୍ୟୁରୋ ରିପୋର୍ଟ) :- ବ୍ୟାସନଗର ଅଞ୍ଚଳର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ସହିଦ ଭଗତ ସିଂ ଯୁବକ ସଂଘ ପକ୍ଷରୁ ସ୍ଥାନୀୟ କାଶିବିଶ୍ୱନାଥ ମନ୍ଦିର ପ୍ରାଙ୍ଗଣରେ ସଂଘର ସଭାପତି ରାଜେନ୍ଦ୍ର ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ଆସନ୍ତା ମାର୍ଚ୍ଚ ୨୩ ତାରିଖ ସହିଦ ଭଗତ ସିଂ, ରାଜଗୁରୁ ,ସୁଖଦେଵଙ୍କ ଫାଶି ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ହୋଇଯାଇଛି ଉକ୍ତ ଦିନ ସକାଳ ୮ଘଟିକାରେ ଦଳା ନିକଟସ୍ଥ ନନ୍ଦିଘୋଷ ଟ୍ରେଡ଼ର୍ଶ ଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଜୀବାସହିତ ସ୍ଥାନୀୟ ଗୁଗୁଲ ମଣ୍ଡପ ଠାରେ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ର ଛାତ୍ରୀଙ୍କୁ ନେଇ ବକୃତା ,ନୃତ୍ୟ,, ଚିତ୍ରାଙ୍କନ, ସଙ୍ଗୀତ , ଝୋଟି , ସହିଦ ଭଗତ ସିଂଙ୍କ କୌତୁକ ପୋଷାକ ଏବଂ ଏକ ପ୍ରଥପାନ୍ତ ନାଟକ ପ୍ରତିଯୋଗିତାର ଆୟୋଜନ କରାଯିବାପାଇଁ ସ୍ଥିର କରାଯାଇଅଛି ସଂଘ ପକ୍ଷରୁ ସନ୍ଧ୍ୟା ସମୟରେ ଏକ ଆଲୋଚନା ଏବଂ ସମ୍ବର୍ଦ୍ଧନା ସଭା ତତ୍ ସହିତ ସହିଦ ସ୍ମରଣୀକା ଉନ୍ମୋଚନ ହେବାକୁ ସ୍ଥିର କରାଯାଇଛି ଏହିସଭାରେ ସଂଘର ସମ୍ପାଦକ ହେମନ୍ତ କୁମାର ଧୀର ଉପସଭାପତି କଳିଙ୍ଗ ପହି ସହ ସମ୍ପାଦକ ଅଖାୟ ନାୟକ କାର୍ଯ୍ୟକାରୀ ସଭାପତି ସମୀର ରାୟ ଉପଦେଷ୍ଟା ଚନ୍ଦ୍ରମଣି ସାମଲ ନାରାୟଣ ଚନ୍ଦ୍ର ନାୟକ ,ସଭ୍ୟ ମହେଶ୍ୱର ନାୟକ,ଆଶିଷ କୁମାର ବଳ, ସଂଗ୍ରାମ କେଶରୀ ଜେନା, ଉପେନ୍ଦ୍ରନାଥ ମହାନ୍ତି , ଭଗବାନ ପଣ୍ଡା, ଦୀପକ କୁମାର ଦାସ, ଖଗେଶ୍ବର ମ...