Posts

Showing posts from November 27, 2022

ଯାଜପୁର ରେ ଅଭାବନୀୟ ଘଟଣା, ଭାଇ ଭଉଣୀ ସମ୍ପର୍କରେ ଦାଗ!

Image
ଯାଜପୁର(ବ୍ୟୁରୋ ରିପୋର୍ଟ) :- ଜିଲ୍ଲା ର ଯାଜପୁର ବ୍ଲକ ଅନ୍ତର୍ଗତ ଖଡିପଦା ଗ୍ରାମରେ ଦେଖିବାକୁ ମିଳିଛି ଏକ ହୃଦୟ ବିଦାରକ ଘଟଣା l ଉକ୍ତ ଗ୍ରାମର ଚନ୍ଦ୍ରମଣି ପଣ୍ଡାଙ୍କ ଝିଅ ଯାହାର ବୟସ ମାତ୍ର ୧୩ ବର୍ଷ l ଲଜ୍ଜା ଜନକ କଥା ଯାହାକି ସମାଜକୁ ଖରାପ ସନ୍ଦେଶ ଦେଇଛି l ୧୩ ବର୍ଷ ର ନାବାଳିକା ହୋଇଥିବା ସତ୍ତ୍ଵେ ସେ ଆଜି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜନ୍ମ ଦେଇଛନ୍ତି ଏକ ଶିଶୁ କନ୍ୟା lଯାହାକି ଏହି ଘଟଣା ଆଖ ପାଖ ଅଞ୍ଚଳରେ ଏକ ରୋଚକ କାହାଣୀ ସୃଷ୍ଟି କରିଛି l ପୀଡ଼ିତାଙ୍କ ପରିବାରକୁ ପଚରା ଉଚରା କରିବାରୁ, ପୀଡ଼ିତାଙ୍କ ପିତା କହିଲେ ଦୋଷୀ କୁ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ l ତାଙ୍କର ବିଶ୍ବାସ ରହିଛି ଆଇନ ଉପରେ । ଯାହା ନାମରେ ଏତଲା କରିଥିଲେ ସେ ଗିରଫ ହୋଇଛି । ଅଭିଯୁକ୍ତ ପୀଡ଼ିତାଙ୍କ ପିଶା ଭୀମସେନ ପଣ୍ଡା ଙ୍କ ପୁତ୍ର ବୋଲି ଜଣାପଡିଛି । ଏହିଭଳି ଘଟଣା ସମାଜକୁ ବହୁତ କଳୁଷିତ କରୁଛି, ଯାହାକି ଭାଇ ଭଉଣୀ ଭଳି ପବିତ୍ର ସମ୍ପର୍କକୁ ବହୁତ ନିନ୍ଦନୀୟ କରିଛି । ଆମେ ଆପଣମାନଙ୍କୁ ସଚେତନ କରିବାକୁ ଏହି ଖବର ପ୍ରଚାରିତ କରୁଛୁ I 

କଳିଙ୍ଗନଗର ଶିଳ୍ପାଞ୍ଚଳ ରେ ବଢୁଛି ବେଆଇନ୍ ନିଶା ଦ୍ରବ୍ୟ କାରବାର।

Image
(ବିପଦ ପଥରେ ଯୁବ ପିଢ଼ି, ପ୍ରଶାସନ ର ଦୃଷ୍ଟି ପଡୁ)   ଯାଜପୁର (କଳିଙ୍ଗନଗର ) :- କଳିଙ୍ଗନଗର ଶିଳ୍ପାଞ୍ଚଳ ଯାଜପୁର ଜିଲ୍ଲା ର ଏକ ପ୍ରମୁଖ ବ୍ୟବସାୟିକ ସ୍ଥଳି ହୋଇଥିଲା ବେଳେ ଏହି ଅଞ୍ଚଳକୁ ବିଭିନ୍ନ ଜିଲ୍ଲା ଏବଂ ରାଜ୍ୟରୁ ଶହ ଶହ ସଂଖ୍ଯାରେ ଗାଡ଼ିମାନେ ଆସୁଛନ୍ତି l ପ୍ରତ୍ୟେକ ଦିନ ବହୁସଂଖ୍ୟକ ଲୋକଙ୍କ ଯାତାୟତ ହୋଇଥାଏ l ଏହି ଦୃଷ୍ଟିକୋଣରୁ ଅଞ୍ଚଳର ବିଭିନ୍ନ ସ୍ଥାନରେ ଥିବା ଉଠା ଦୋକାନ ବଜାର ଖୋଲା ରହିଛି l ଏହି ଦୋକାନ ଗୁଡିକୁ ସାଧାରଣତଃ ବାହାର ଜିଲ୍ଲା ର ଲୋକମାନେ ପରିଚାଳନା କରୁଛନ୍ତି l ରାସ୍ତା କଡ, ଫୁଟପାଥ ରେ ଦୋକାନ ଗୁଡିକରେ ଚା ' ପାନ ଗୁଟଖା, ବିସ୍କୁଟ ଠାରୁ ଆରମ୍ଭ କରି ଜଳଖିଆ ବିକ୍ରି ହେଉଥିବା ଦେଖିବାକୁ ମିଳିଛି l କିନ୍ତୁ ଟଙ୍କା ଲୋଭରେ ବଶବର୍ତ୍ତୀ ହୋଇ କିଛି ଅସାଧୁ ବ୍ୟବସାୟୀ ଚୋରା ନିଶାଦ୍ରବ୍ୟ କାରବାର ଉପରେ ନିର୍ଭର କରୁଥିବା ଦେଖିବାକୁ ମିଳୁଛି ! ବାହାର ଲୋକଙ୍କ ଅଭାବ ପୂରଣ କରିବା ପାଇଁ ନିକଟସ୍ଥ ଗାଁ ଗଣ୍ଡା ଓ ଛକ ମାନଙ୍କରେ ମଧ୍ଯ ଚୋରା ମଦ, ଗଞ୍ଜେଇ ବହୁଳ ଭାବରେ ବିକ୍ରି ଚାଲୁଥିବା ନଜିର ରହିଛି l ହାତପାହାନ୍ତାରେ ନିଶାଦ୍ରବ୍ୟ ମିଳିଥିବାରୁ ଯୁବପିଢ଼ି ଙ୍କୁ ସେବନ କରିବାକୁ ସୁବିଧା ଉପଲବ୍ଧ ହୋଇପାରୁଛି l ଏହାଦ୍ବାରା ସ୍କୁଲ କଲେଜ ଛାତ୍ର ଙ୍କ ଭବିଷ୍ୟତ ଅନ୍ଧାର ଭିତରେ ଗତିକରୁଛି l ଏହାଦ୍ୱାରା ଅ଼ଞ୍ଚଳରେ ଅପରାଧିକ କାର୍ଯ୍ୟକଳାପ ବାଢ଼ିବାର ଲାଗିଛି l ପ୍