ଜିଲ୍ଲା ସ୍ତରୀୟ ବାଲ୍ୟ ବିବାହ ନିରୋଧ ଟାସ୍କଫୋର୍ସ ବୈଠକ ଏବଂ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ l
ଯାଜପୁର (୬/୭): - ଶିଶୁ ହସିଲେ ଦୁନିଆ ହସେ,ଶିଶୁ ମାନେ ଆଗମୀ କାଲିର ଭବିଷ୍ୟତ ଓ କର୍ଣ୍ଣଧାର। ଶିଶୁ ମାନଙ୍କ ଶିକ୍ଷା ସ୍ବାସ୍ଥ୍ୟ ଓ ଚାରିତ୍ରିକ ଗଠନରେ ଉଦ୍ଭାନ ହେଲେ ସେମାନେ ସମାଜରେ ମଣିଷ ପରି ମଣିଷ ତିଅରି ହୋଇ ରାଷ୍ଟ୍ରର ହିତ ସାଧନରେ ନିଜକୁ ନିୟୋଜିତ କରିପରିବେ। ସେହିପରି ବାଲ୍ୟ ବିବାହ ସମାଜର ଏକ କଳୁଷିତ ପ୍ରଥା ବା ମାନସିକତା ଅଟେ।ଶିଶୁ ମାନଙ୍କୁ ଏ ସମସ୍ତ ସମସ୍ୟାରୁ ମୁକ୍ତ କରି ସେମନଙ୍କୁ ଉତ୍ତମ ଶିକ୍ଷା, ସ୍ୱାସ୍ଥ୍ୟ ଓ ସଚେତନତା କରିବା ସମଜର ପ୍ରତ୍ୟେକ ସ୍ତରୀୟ ନାଗରିକ , ସରକାରୀ କର୍ମଚାରୀ, ସ୍ଵେଚ୍ଛାସେବୀ ସଙ୍ଗଠନ, ବିଦ୍ୟାଳୟ ଶିକ୍ଷକ/ଶିକ୍ଷୟତ୍ରୀ, ପୋଲିସ କର୍ମଚାରୀ , ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ, ମହିଳା ଓ ଶିଶୁ ବିକାଶ କର୍ମଚାରୀ ସମସ୍ତେ ସାମଗ୍ରିକ ଭାବେ ଉଦ୍ୟମ ଜାରି ରଖିଲେ ଯାଜପୁର ଜିଲ୍ଲାରେ ଶୁନ୍ୟ ବାଲ୍ୟ ବିବାହ ବଜାୟ ରଖିବାକୁ ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ବାଲ୍ୟ ବିବାହ ନିରୋଧ ଟାସ୍କ ଫୋର୍ସ ବୈଠକ ଏବଂ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମରେ ଅଧ୍ଯକ୍ଷତା କରି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ନିଖିଲ ପବନ କଲ୍ୟାଣ ଉପରୋକ୍ତ ବିଷୟ ପ୍ରକାଶ କରିଛନ୍ତି। ସେହିପରି ଦୃଣମୂଳ ସ୍ତରରେ ଅଙ୍ଗନୱାଡ଼ି କର୍ମୀ,ଅଶା କର୍ମୀ,ଅଙ୍ଗନୱାଡ଼ି ସୁପର ଭାଇଜର, ଶିଶୁ କଲ୍ୟାଣ ପ୍ରକଳ୍ପ ଅଧିକାରୀ,ବି ଡି ଓ, ସ...