ତାଲୁକ ଆଇନ୍ ସେବା ପ୍ରାଧୀକରଣ ଅନୁଷ୍ଠିତ ହୋଇଯାଇଛି l

ଯାଜପୁର - ରବିବାର ସ୍ଥାନୀୟ ରସଲପୁର ବ୍ଲକ ଲକ୍ଷ୍ମୀ ନଗର ପଂଚାୟତର ଲକ୍ଷ୍ମୀ ନଗର ୟୁପି ସ୍କୁଲ ଠାରେ ୧୭ ତାରିଖ ସକାଳ 10 ଘଟିକା ସମୟରେ ତାଲୁକସେବା ଆଇନ ସଚେତନତା କାର୍ଯ୍ୟ କ୍ରମ ବରିଷ୍ଠ ଆଇନ ଜୀବି ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ନନ୍ଦଦ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମାନ୍ୟବର ଅତିରିକ୍ତ ଦୌରାଜଜ ଶ୍ରୀଯୁକ୍ତ ମାନସ ରଞ୍ଜନ ପଣ୍ଡା ଙ୍କ ସୂଚନା ଅନୁଯାଇ କାର୍ଯ୍ୟକ୍ରମ ହୋଇଯାଇଅଛି I ଏଥିରେ ଶ୍ରୀଯୁକ୍ତ ନନ୍ଦ କହିଥିଲେ ବେସାହାରା, ନିଷ୍ପେସିତ,ଅଭାବ ଅନାଟନ ରେ ରହୁଥିବା ବ୍ୟକ୍ତି ବିଶେଷ, ପୁତ୍ର ମାନଙ୍କ ଯନ୍ତ୍ରଣା ର ଶିକାର ଅସହାୟ ପିତାମାତା, ଦଳିତ,ଆଦିବାସୀ, ବୟସ୍କ ବ୍ୟକ୍ତିବିଶେଷ ଆଦି ଶ୍ରେଣୀର ଲୋକମାନ ଙ୍କ ପାଇଁ ମାଗଣାରେ ଆଇନ ସେବା ଯୋଗାଇଦେବା ବ୍ୟବସ୍ଥା ରହିଛି l ଏହି ସବୁ ଶ୍ରେଣୀର ବ୍ୟକ୍ତିବିଶେଷ ଆଇନ ସେବା ପାଇଁ ଆଉ ଅସୁବିଧା ର ସମ୍ମୁଖୀନ ହେବେନାହିଁ l କାରଣ ବ୍ୟକ୍ତି ନିଜର ହକ କିଭଳି ପାଇପାରିବ ତାର ଏକମାତ୍ର ରାସ୍ତା ତାଲୁକ ଆଇନ ସେବା ବୋଲି ସୂଚନା ଦେଇଥିଲେ l ଏହିକାର୍ଯ୍ୟ କ୍ରମରେ ପାରା ଲିଗାଲ ଉଲେ ଣ୍ଡି ଅସ (PLB)ର ତପନ କୁମାର ସାହୁ ଓ ଉମାକାନ୍ତ ଦାସ ଙ୍କ ସହିତ ଲକ୍ଷ୍ମୀ ନଗର ପଂଚାୟତର ଶିଶିର କୁମାର ରଥ,ସୁବଳ ସାହୁ, ଆନନ୍ଦ ସାହୁୁ,କାଶୀନାଥ ସାହୁ, ନଣ୍ଡା ସାହୁ, କୁନା ସାହୁ, ତପନ ସାହୁ,ସଦନନା ସାହୁୁ,ବାବା ଜଗନାଥ...