Posts

Showing posts from February 23, 2022

ସୁକିନ୍ଦା ବ୍ଲକରେ ୭୮ ପ୍ରତିଶତ ମତଦାନ୭୬୦ ପ୍ରାର୍ଥୀଙ୍କ ଭାଗ୍ୟ ଭୋଟ ବାକ୍ସରେ ସିଲ।

Image
  ଯାଜପୁର, ସୁକିନ୍ଦ:-  ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ମଙ୍ଗଳବାର ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୁକିନ୍ଦା ବ୍ଲକର ୩୩୦ଟି ଭୋଟ ଗ୍ରହଣ କେନ୍ଦ୍ରରେ ମତଦାନ ଶେଷ ହୋଇଛି l କେତେକ ବୁଥରେ କାଁଭା ଗଣ୍ଡଗୋଳ ବ୍ୟତୀତ ଭୋଟ ଗ୍ରହଣ ଶାନ୍ତିପୂର୍ଣ ଭାବରେ ଅନୁଷ୍ଠିତ ହୋଇଯାଇଛି l ସୁକିନ୍ଦାଗଡ଼ ପଞ୍ଚାୟତର ୬ନମ୍ବର, ସଂସାଇଲୋ ପଞ୍ଚାୟତର ୧୧ନମ୍ବର, ଆମ୍ପୋଳବା ପଞ୍ଚାୟତର ୮ନମ୍ବର, ହରିପୁର ପଞ୍ଚାୟତର ୬ ଓ ୧୩ ନମ୍ବର ବୁଥରେ ସାମାନ୍ୟ ଗଣ୍ଡଗୋଳ ଘଟି ଭୋଟଦାନ ବାଧାପ୍ରାପ୍ତ ହୋଇଥିଲା l  ପୋଲିସ ସେ ସବୁ ସ୍ଥାନରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକରି ଶାନ୍ତି ଶୃଙ୍ଖଳା ସହ ଭୋଟଦାନ ବ୍ୟବସ୍ଥା କରିଥିଲା l ପରିସ୍ଥିତିକୁ ନିୟନ୍ତ୍ରଣ କରିବାପାଇଁ ସଂସାଇଲୋ, ଆମ୍ପୋଳବା ଓ ହରିପୁର ଠାରେ ପୋଲିସକୁ ମୃଦୁ ଲାଠି ଚାଳନା କରିବାକୁ ପଡିଥିଲା l    ଏହି ନିର୍ବାଚନରେ ବିଭିନ୍ନ ପଦପାଇଁ ୭୬୦ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି l ଜିଲା ପରିଷଦ ୩ଟି ଜୋନ ସଭ୍ୟ ପଦ ପାଇଁ ୧୪ଜଣ, ସରପଞ୍ଚ ପଦ ପାଇଁ ୮୪ଜଣ, ସମିତି ସଭ୍ୟ ପାଇଁ ୬୩ଜଣ ଓ ୱାର୍ଡ ସଭ୍ୟ ପାଇଁ ୫୯୯ ଜଣ ଏପରି ମୋଟ ୭୬୦ଜଣ ପ୍ରାର୍ଥୀଙ୍କର ଭାଗ୍ୟ ଭୋଟ ବାକ୍ସରେ ସିଲ ହୋଇଛି l  ଆସନ୍ତା ୨୬,୨୭ ଓ ୨୮ ତାରିଖରେ ବ୍ଲକ କାର୍ଯ୍ୟାଳୟଠାରେ ଭୋଟ ଗଣନା କରାଯାଇ ଫଳାଫଳ ଘୋ