ଜଗା ବଳିଆ ଙ୍କ ପାଇଁ ରାକ୍ଷୀ ସଜ୍ଜା, ଶ୍ରୀମନ୍ଦିର ରେ ପାଳନ ହେବ ରାକ୍ଷୀ ପୂର୍ଣ୍ଣିମା l

ପୁରୀ(ବ୍ୟୁରୋ ରିପୋର୍ଟ) :- ଭଉଣୀ ଭାଇର ପବିତ୍ର ସମ୍ପର୍କର ପର୍ବ ହେଉଛି ରକ୍ଷାବନ୍ଧନ। ରାଖୀ ପୂର୍ଣ୍ଣିମାରେ ଭଉଣୀ ଭାଇ ହାତରେ ରାଖୀ ବାନ୍ଧି ତା’ର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଶୁଭ ମନାସି ଥାଏ। ପ୍ରତିବଦଳରେ ଭାଇ ତା’ର ଭଉଣୀକୁ ଜନ୍ମ ଜନ୍ମ ପାଇଁ ସୁରକ୍ଷା ଦେବାର ସଂକଳ୍ପ ନେଇଥାଏ। ଶ୍ରାବଣ ମାସର ପୂର୍ଣ୍ଣିମା ଦିନ ଏହି ପବିତ୍ର ପର୍ବ ପାଳନ କରାଯାଏ। ଆସନ୍ତା ୨୨ତାରିଖରେ ରାଖୀପୂର୍ଣ୍ଣିମା। ଶ୍ରୀମନ୍ଦିରରେ ଏହି ପର୍ବ ପାଳନ ହେବ। ମହାପ୍ରଭୁଙ୍କ ମାନବୀୟ ଲୀଳା ମଧ୍ୟରେ ରକ୍ଷାବନ୍ଧନ ପର୍ବ ଅନନ୍ୟ। ଶ୍ରୀମନ୍ଦିର ରୀତିନୀତି ଅନୁଯାୟୀ ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ବଡ଼ଠାକୁର ପ୍ରଭୁ ବଳଭଦ୍ର ଭଉଣୀ ସୁଭଦ୍ରାଙ୍କ ହାତରୁ ରାଖୀ ପିନ୍ଧିବେ। ଏଥିପାଇଁ ପାଟରା ବିଶୋଇ ସେବକମାନେ ରାଖୀ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ବାରମାସରେ ତେର ପର୍ବ ପାଳନ ହୋଇଥାଏ। ସେଥିମଧ୍ୟରୁ ଗହ୍ମାପୂର୍ଣ୍ଣିମା ବା ରାକ୍ଷୀ ପୂର୍ଣ୍ଣିମା ଅନ୍ୟତମ। ଏହିଦିନ ଶ୍ରୀମନ୍ଦିରରେ ବିଶେଷ ନୀତି ହୋଇଥାଏ। ବଡଠାକୁର ବଳଭଦ୍ରଙ୍କ ଜନ୍ମ ସହ ରାଖୀ ପୂର୍ଣ୍ଣିମା ନୀତି ପାଳନ କରାଯାଏ। ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ବଡଠାକୁର ବଳଭଦ୍ର ୨ଟି ଲେଖାଏ ରାଖୀ ଓ ୨ଟି ଲେଖାଏ ଗୁଆମାଳ ପରିଧାନ କରିଥାନ୍ତି। ପାଟରା ବିଶୋଇ ସେବକ ବାସୁଙ୍ଗା ପାଟରେ ରାଖୀ ଓ ଗୁଆମାନ ପ୍ରସ୍ତୁତ କରିଥାନ୍ତି। ପ୍ରଥମେ ବାସୁଙ୍ଗା ପାଟକୁ ୪ ପ୍ରକାର ରଙ୍ଗ ଯଥା ନାଲି, ନେଳି,...