‘ଉଦୟବଟ’ ପକ୍ଷରୁ ବିଶ୍ଵ ଶ୍ରମିକ ଦିବସ ପାଳିତ ହୋଇଯାଇଛି l
ଯାଜପୁର (ବ୍ୟାସନଗର) : - ସ୍ଥାନୀୟ ଫେରୋକ୍ରୋମ କଲୋନି ଗେଟ୍ ସ୍ଥିତ ‘ଦୁର୍ଲ୍ଲଭ କଳା ପରିଷଦ’ ମଣ୍ଡପ ଠାରେ ସନ୍ଧ୍ୟାରେ ‘ଉଦୟବଟ’ ଓ ‘କଳିଙ୍ଗ ବିକାଶ ନିର୍ମାଣ ଶ୍ରମିକ ସଂଘ’ ତରଫରୁ ୧୩୮ତମ ଆର୍ନ୍ତଜାତିକ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଆଲୋଚନାଚକ୍ରରେ ‘ଉଦୟବଟ’ର ସଂପାଦକ ତଥା ଶ୍ରମିକ ନେତା ଦୁଷ୍ମନ୍ତ କୁମାର ରାଉତ ଅଧ୍ୟକ୍ଷତା କରିଥିଲେ । କାର୍ଯ୍ୟକ୍ରମକୁ ପୂର୍ବତନ ନଗରପାଳ ତଥା ବରିଷ୍ଠ ବିଜେଡି ନେତା ରସାନନ୍ଦ ମହାନ୍ତି ଉଦ୍ଘାଟନ କରିଥିବା ବେଳେ ସ୍ଥାନୀୟ ‘ଇଡ଼କଲ ଫେରୋକ୍ରୋମ ଆଣ୍ଡ ଆଲୟେଜ୍ ଲିମିଟେଡ଼ (ଇଫକାଲ) କାରଖାନାର ଏ.ଜି.ଏମ(ମେକାନିକାଲ) ରଶ୍ମିରଂଜନ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଏବଂ ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ତଥା ଶ୍ରମିକ ନେତା ଚନ୍ଦ୍ରମଣି ସାମଲ ମୁଖ୍ୟ ବକ୍ତାô ଭାବେ ଯୋଗ ଦେଇ ଶ୍ରମିକମାନଙ୍କ ବିବିଧ ସମସ୍ୟା ଉପରେ ଆଲୋଚନା କରିଥିଲେ । ଶ୍ରମିକମାନଙ୍କ ସକାଶେ ପ୍ରଣୟନ ହୋଇଥିବା ବିଭିନ୍ନ ଆଇନର କଡ଼ାକଡ଼ି ପାଳନ ଉପରେ ସେମାନେ ଯୋର ଦେଇଥିବା ବେଳେ ସଚ୍ଚା ଶ୍ରମିକ ନେତାଙ୍କ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ସୁସାହିତ୍ୟିକ ଅଧ୍ୟାପକ ଡ଼ଃ. ଅକ୍ଷୟ କୁମାର ପଣ୍ଡା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଗାୟତ୍ରୀ ମଲ୍ଲିକ ଜାତୀୟ ସଂଗୀତ ଗାନ କରିଥିଲେ । ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ଅଶ୍ୱିନୀ କୁମାର ଦାସ, ସଂଜୟ କୁମାର ଦେ...