‘ଉଦୟବଟ’ ପକ୍ଷରୁ ବିଶ୍ଵ ଶ୍ରମିକ ଦିବସ ପାଳିତ ହୋଇଯାଇଛି l

ଯାଜପୁର (ବ୍ୟାସନଗର) : - ସ୍ଥାନୀୟ ଫେରୋକ୍ରୋମ କଲୋନି ଗେଟ୍ ସ୍ଥିତ ‘ଦୁର୍ଲ୍ଲଭ କଳା ପରିଷଦ’ ମଣ୍ଡପ ଠାରେ ସନ୍ଧ୍ୟାରେ ‘ଉଦୟବଟ’ ଓ ‘କଳିଙ୍ଗ ବିକାଶ ନିର୍ମାଣ ଶ୍ରମିକ ସଂଘ’ ତରଫରୁ ୧୩୮ତମ ଆର୍ନ୍ତଜାତିକ ଶ୍ରମିକ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଆଲୋଚନାଚକ୍ରରେ ‘ଉଦୟବଟ’ର ସଂପାଦକ ତଥା ଶ୍ରମିକ ନେତା ଦୁଷ୍ମନ୍ତ କୁମାର ରାଉତ ଅଧ୍ୟକ୍ଷତା କରିଥିଲେ । କାର୍ଯ୍ୟକ୍ରମକୁ ପୂର୍ବତନ ନଗରପାଳ ତଥା ବରିଷ୍ଠ ବିଜେଡି ନେତା ରସାନନ୍ଦ ମହାନ୍ତି ଉଦ୍‌ଘାଟନ କରିଥିବା ବେଳେ ସ୍ଥାନୀୟ ‘ଇଡ଼କଲ ଫେରୋକ୍ରୋମ ଆଣ୍ଡ ଆଲୟେଜ୍ ଲିମିଟେଡ଼ (ଇଫକାଲ) କାରଖାନାର ଏ.ଜି.ଏମ(ମେକାନିକାଲ) ରଶ୍ମିରଂଜନ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଏବଂ ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ତଥା ଶ୍ରମିକ ନେତା ଚନ୍ଦ୍ରମଣି ସାମଲ ମୁଖ୍ୟ ବକ୍ତାô ଭାବେ ଯୋଗ ଦେଇ ଶ୍ରମିକମାନଙ୍କ ବିବିଧ ସମସ୍ୟା ଉପରେ ଆଲୋଚନା କରିଥିଲେ । ଶ୍ରମିକମାନଙ୍କ ସକାଶେ ପ୍ରଣୟନ ହୋଇଥିବା ବିଭିନ୍ନ ଆଇନର କଡ଼ାକଡ଼ି ପାଳନ ଉପରେ ସେମାନେ ଯୋର ଦେଇଥିବା ବେଳେ ସଚ୍ଚା ଶ୍ରମିକ ନେତାଙ୍କ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ସୁସାହିତ୍ୟିକ ଅଧ୍ୟାପକ ଡ଼ଃ. ଅକ୍ଷୟ କୁମାର ପଣ୍ଡା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଗାୟତ୍ରୀ ମଲ୍ଲିକ ଜାତୀୟ ସଂଗୀତ ଗାନ କରିଥିଲେ । ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ଅଶ୍ୱିନୀ କୁମାର ଦାସ, ସଂଜୟ କୁମାର ଦେଓ, ଶ୍ରମିକ ନେତା ଓ ସମାଜସେବୀ ରାମଚନ୍ଦ୍ର ବାରିକ, ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସହ-ସଂପାଦକ ତଥା ଶ୍ରମିକ ନେତା ପ୍ରଫୁଲ୍ଲ କୁମାର ନାୟକ, କଳିଙ୍ଗନଗର ଅବସରପ୍ରାପ୍ତ ସରକାରୀ ସଂଘର ସାଧାରଣ ସଂପାଦକ ଦାମୋଦର ପଣ୍ଡା ପ୍ରମୁଖ ଯୋଗ ଦେଇ ଜିଲ୍ଲା, କଳିଙ୍ଗନଗର ଶିଳ୍ପାଂଚଳ ସମେତ ବ୍ୟାସନଗର ସହରରେ ବସବାସ କରୁଥିବା ଶ୍ରମିକମାନେ ଭୋଗୁଥିବା ବିଭିନ୍ନ ସମସ୍ୟା ଉପରେ ଉଦ୍‌ବେଗ ପ୍ରକାଶ କରିବା ସହ ‘କରୋନା’ ସମୟରେ ଶ୍ରମିକ ନେତା ଦୁଷ୍ମନ୍ତ କୁମାର ରାଉତଙ୍କ ମାର୍ଫତରେ ‘ଉଦୟବଟ’ ବହୁ ଶ୍ରମଜୀବୀ, ଅଭାବୀ ପରିବାରକୁ ଯଥାସମ୍ଭବ ସହଯୋଗ କରି ପ୍ରଶଂସାର ପାତ୍ର ହୋଇପାରିଥିଲା ବୋଲି କହିଥିଲେ । ବକ୍ତାମାନେ ଦୀର୍ଘ ବର୍ଷ ଧରି ଶ୍ରମିକମାନେ ସରକାର, କଳକାରଖାନା ଓ ମାଲିକମାନଙ୍କ ବିଭିନ୍ନ ଶୋଷଣ ଓ କାଳକ୍ଷେପଣ ନୀତି ଯୋଗୁ ନିଷ୍ପେଷିତ ଓ ଅବହେଳିତ ହୋଇ ଆସୁଥିବାର ବିଭିନ୍ନ ଉଦାହରଣ ଜରିଆରେ କହିଥିଲେ । କାର୍ଯ୍ୟକ୍ରମରେ ଶ୍ରମିକ ନେତା ଅରୁଣ ଦାସ, ନାରୀ ନେତ୍ରୀ ବିଦ୍ୟୁତ୍‌ପ୍ରଭା ରାୟ, ଶିକ୍ଷାବିତ୍ ନୃସିଂହ ଚରଣ ବଳ, ସମୀର କୁମାର ମିଶ୍ର, ସାମ୍ବାଦିକ ପଦ୍ମଲୋଚନ ନାୟକ, ଯୁବ ସମାଜସେବୀ ଆଲୋକ ଦାସ, ସୁମନ ରାୟ, ସନାତନ ମଲ୍ଲିକ, ପ୍ରଫୁଲ୍ଳ ବାରିକ, ଗୈାରୀଶଙ୍କର ପତି, ଅସିତ୍ ଦାସ, ବାବୁଲି ଜେନା, ଦେବେନ୍ଦ୍ର ମଲ୍ଲିକ, ରାଜେଶ କୁମାର କର, ଚକ୍ରଧର ମଲ୍ଲିକ, ଅନ୍ନପୂର୍ଣ୍ଣା ରାୟ, ରମା ସାମଲ, ଗୋଲାପ ମଲ୍ଲିକ, ଜଗନ୍ନାଥ ସାହୁ, ଦୁଷ୍ମନ୍ତ କୁମାର ପାତ୍ର, ଇନ୍ଦୁମତି ସାହୁ, ନରହରି ବେହେରା, କୁଳମଣି ନାୟକ, ତିଳୋତମା ମହାନ୍ତି, ଉମା ସାହୁ, ଭାରତୀ ବିଶ୍ୱାଳ, ଭାରତୀ ବେହେରା, ମିଟି ମହାରଣା, କାଂଚନ ନାୟକ, ଗୋଲାପ ମୁଣ୍ଡା, ସୁମତି ବାରିକ, ସସ୍ମିତା ମଲ୍ଲିକ, ବିଜୟଲକ୍ଷ୍ମୀ ପଣ୍ଡିତ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ରାଜ୍ୟସ୍ତରୀୟ ମାନାବାଧିକାର କର୍ମୀ ଦୀପକ ରଂଜନ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।





Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !