Posts

Showing posts from November 12, 2023

ନିଆରା ରୂପରେ ଦୀପାବଳି ଉତ୍ସବ ପାଳନ କଲେ ସଂଗଠନ ର କର୍ମକର୍ତ୍ତା l

Image
ଯାଜପୁର (ବ୍ୟୁରୋ ରିପୋର୍ଟ) :- ଅନାଥଆଶ୍ରମର ଅନ୍ତେବାସୀ ମାନଙ୍କ ସହ ମିଶି ଦୀପାବଳି ପାଳିଲେ" ଆଶା ଅଭିଳାଷା" ସ୍ଵେଚ୍ଛା ସେବୀ ସଂଗଠନ ର କର୍ମକର୍ତ୍ତା l  ବାଣ ନୁହେଁ ହସ ଫୁଟାଇବାର ଆଶ ରଖି , ଆଶା ଅଭିଳାଷା ଅନୁଷ୍ଠାନର କର୍ମକର୍ତ୍ତା ବ୍ୟାସ ସରୋବର ସ୍ଥିତ ବ୍ୟାସଭୂମି ଅନାଥ ଆଶ୍ରମ ରେ ଆଜି ଦୀପାବଳି ପାଳନ କରିଛନ୍ତି। ଏହି ଅବସରରେ ଦୀପାବଳି ର ମଜା ନେଇଥିଲେ , କୁନି କୁନି ପିଲାମାନେ l ପିଲାମାନଙ୍କୁ ମିଠା ଖୁଆଇ ମହମବତୀ ଜଳାଇ ଏକ ନିଆରା ଢଙ୍ଗରେ ଆଲୋକ ର ପର୍ବ ଦୀପାବଳି କୁ ପାଳନ କରୁଥିବା ଦେଖିବାକୁ ମିଳିଥିଲା। ଅନ୍ୟ ପଟେ ଏହି ଦିବସକୁ ସ୍ମରଣୀୟ କରିବା ପାଇଁ ଉପହାର ସ୍ୱରୂପ ପିଲା ମାନଙ୍କୁ ପାଠ୍ଯକ୍ରମ ସ୍ଵରୂପ କଲମ ମଧ୍ୟ ପ୍ରଦାନ କରା ଯାଇଥିଲା l ଏହି କାର୍ଯ୍ୟକ୍ରମରେ ଆଶା ଅଭିଳାଷା ସଂଗଠନ ର ସମସ୍ତେ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।