ଲକଡାଉନରେ ପ୍ରଭାବିତ ଆଦିବାସୀ ପରିବାରଙ୍କୁ ଶୁଖିଲା ଖlଦ୍ୟ ବଣ୍ଟନ l

ଯାଜପୁର (ସୁକିନ୍ଦା):ମହାମାରୀ କରୋନା ଯୋଗୁଁ ସମଗ୍ର ରାଜ୍ୟରେ ଲକଡାଉନ ଜାରି ହୋଇଥିବା ପରିପ୍ରେକ୍ଷୀରେ ସୁକିନ୍ଦା ବ୍ଲକର ଆଦିବାସୀ ବହୁଳ ଲେମ୍ବୋ ପଞ୍ଚାୟତ ଅନ୍ତର୍ଗତ ବାଲିଆ ଓ ଅଶୋକଝର ଗ୍ରାମର ବହୁ ଆଦିବାସୀ ପରିବାର କାମଧନ୍ଦା ନପାଇ ଦୁଖଃଦୁର୍ଦ୍ଦଶା ମଧରେ କାଳ କାଟୁଛନ୍ତି l ଏହାକୁ ଦୃଷ୍ଟିରେ ରଖି ସତ୍ତାର ସ୍ମୃତି ସଂସଦ, ସୁକିନ୍ଦା ଓ ଲା୍ୟନ୍ସ କ୍ଲବ, କଳିଙ୍ଗନଗର ପକ୍ଷରୁ ସାଟେଲାଇଟ ନିୟୁଜ ଚାନେଲ ବଡ ଖବର ସହଯୋଗରେ ୫ଶହ ଆଦିବାସୀ ପରିବାରଙ୍କୁ ଶୁଖିଲା ଖାଦ୍ୟ ପ୍ୟାକେଟ ବଣ୍ଟନ କରାଯାଇଛି l ଲା୍ୟନ୍ସ କ୍ଲବର ସଭାପତି ତଥା ସତ୍ତାର ସ୍ମୃତି ସଂସଦର ଅଧ୍ୟକ୍ଷ ଯୁବ ସମାଜସେବୀ ଡ. ମଞ୍ଜୁର ଅଲ୍ଲୀ, ଲା୍ୟନ୍ସ କ୍ଲବର ପୂର୍ବତନ ସଭାପତି ପ୍ରଫୁଲ୍ଲ କୁମାର ଦେଓ ଓ ହୃଦାନନ୍ଦ ମିଶ୍ର, ସତ୍ତାର ସ୍ମୃତି ସଂସଦର ଜନସମ୍ପର୍କ ଅଧିକାରୀ ତଥା ବରିଷ୍ଠ ସାମ୍ବାଦିକ ଜୟ ନାରାୟଣ ମହାପାତ୍ର ପ୍ରମୁଖ ଅଭାବି ପରିବାରଙ୍କୁ ଏହl ବଣ୍ଟନ କରିଥିଲେ l ଅନ୍ତର୍ଯ୍ୟାମୀ ଦ୍ବିବେଦୀ,ସଫିକୁଦ୍ଦିନ ଖାନ,ଶିବ ପ୍ରସାଦ ସିଂସାମନ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l ବଡ ଖବର ପକ୍ଷରୁ ସୁକିନ୍ଦା ପ୍ରତିନିଧି ରୋହିତ କୁମାର ଖୁଣ୍ଟିଆ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l ସ୍ଥାନୀୟ ଅଞ୍ଚଳବାସୀ ଏହି ମହତ କାର୍ଯ୍ୟ ପାଇଁ ଉଭୟ ସ୍ବେଛାସେବୀ ସଂଗଠନ ଓ ବଡ ଖବରକୁ ଉଚ୍ଚ ପ୍ର...