Posts

Showing posts from August 22, 2020

ଧାରଣାରେ ବସିଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର l

Image
ବ୍ୟୁରୋ ରିପୋର୍ଟ (Rita vision News) - ବଗଲା ଧର୍ମଶାଳା ନେଇ ଜୋର୍‌ ଧରିଲା ରାଜନୀତି, ବଗଲା ଧର୍ମଶାଳା ଆଗରେ ଧାରଣାରେ ବସିଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ବଗଲା ଧର୍ମଶାଳା ୧୧୫ ବର୍ଷ ଧରି ଐତିହାସିକ ସ୍ଥାନ ଥିଲା, ଗରିବ ତୀର୍ଥ ଯାତ୍ରୀଙ୍କ ପାଇଁ ଥିଲା ବଗଲା ଧର୍ମଶାଳା, ଏ ଜମି ରାତାରାତି ହଡ଼ପ କରାଯାଇଛି: ସମ୍ବିତ ଏବେ ବେଆଇନ ଭାବେ ତାକୁ ବିକ୍ରି କରାଯାଇଛି, ଏହା ପଛରେ ରହିଛି ବିଜେଡି ର କିଛି ନେତା ଓ ପ୍ରଶାସକଙ୍କ ଷଡ଼ଯନ୍ତ୍ର l ବଗଲା ଧର୍ମଶାଳା ୧୧୫ ବର୍ଷ ଧରି ଐତିହାସିକ ସ୍ଥାନ ଥିଲା । ପ୍ରସାଦ ଯୋଜନାରେ ବଗଲା ଧର୍ମଶାଳା ପାଇଁ କେନ୍ଦ୍ର ୨୦ କୋଟି ଦେଇଥିଲା, ୩ କୋଟି ଟଙ୍କା ଖର୍ଚ୍ଚ ପରେ କାମ ବନ୍ଦ କରାଯାଇଥିବା ଅଭିଯୋଗ । ପ୍ଲଟିଂ ବନ୍ଦ ସହ ଧର୍ମଶାଳା କାମ ଚାଲୁ ରଖିବାକୁ ଦାବି କଲେ ସମ୍ବିତ  ଶ୍ରୀମନ୍ଦିରର ୭୫ ମିଟରରେ ଜମି ହରାଇଥିବା ସେବାୟତଙ୍କୁ ଥଇଥାନ କରାଯାଇଛି । ମୋଟ ଜମି ପରିମାଣର ୧୨% ସେବାୟତଙ୍କୁ ଦିଆଯାଇଛି l ପୁରୀ ବଗଲା ଧର୍ମଶାଳା ଜମି ନେଇ ଜିଲ୍ଲା ପ୍ରଶାସନର ସ୍ପଷ୍ଟୀକରଣ । ନକ୍ସା ଜାରି ସହ ଜମି ବିକ୍ରି ହେବା ଘଟଣାକୁ ବିଭ୍ରାନ୍ତିକର କହିଲା ପ୍ରଶାସନ । ବଗଲା ଧର୍ମଶାଳା ୨ଟି ପ୍ଲଟ ଉପରେ ରହିଛି, ଧର୍ମଶାଳା ପ୍ଲଟ ସୁରକ୍ଷିତ । ଶ୍ରୀମନ୍ଦିର ସେବାୟତଙ୍କ ଥଇଥାନ ପାଇଁ ଅନ୍ୟ ଅଂଶଟି ଦିଆଯାଇଛି ।