Posts

Showing posts from October 24, 2022

ଧୂଳିଗଡ଼ ପଞ୍ଚାୟତ ରେ ଶିଶୁ କୁ ଶିକ୍ଷା, ବାଲ୍ଯ ବିବାହ ଓ ଶିଶୁ ଶ୍ରମିକ କୁ ବନ୍ଦ ନାରା ଦେଇ ଶିଶୁ ଅଧିକାର ସୁରକ୍ଷା ମଂଚ ପକ୍ଷରୁ ଶୋଭାଯାତ୍ରା l

Image
ଯାଜପୁର(ଦାନଗଦୀ) - ଜିଲ୍ଲା ର ଦାନଗଦି ବ୍ଲକ ଧୂଳିଗଡ଼ ଗ୍ରାମପଂଚାୟତ ସୁଆଁଲ ଗ୍ରାମ ର ମା କୁଟେଇ ଶୁଣି ଠାକୁରାଣୀ ଙ୍କ ପାଖରୁ ଶିଶୁ ଅଧିକାର ସୁରକ୍ଷା ମଞ୍ଚ ଦାନଗଦି ପକ୍ଷରୁ କୁନି କୁନି ପିଲା ମାନଙ୍କୁ ନେଇ ଏକ ରାଲି ବାହାରି ସୁଆଁଲ ଅଙ୍ଗନବାଡି କେନ୍ଦ୍ର ପର୍ଯ୍ୟନ୍ତ ଯାଇଥିଲେ l ଏହି ରାଲି ର ସ୍ଲୋଗାନ୍ ଥିଲା 'ଶିଶୁ ଶ୍ରମିକ କୁ ନା, ଶିଶୁଙ୍କୁ ଶିକ୍ଷା ଓ ବାଲ୍ଯ ବିବାହ ବନ୍ଦ କରିବା' l ଏହିଭଳି କାର୍ଯ୍ୟକ୍ରମକୁ ସଂପୃକ୍ତ ସ୍ଵେଚ୍ଛାସେବୀ ସଂଗଠନ ଓ ଜିଲ୍ଳା ପ୍ରଶାସନ ପକ୍ଷରୁ ବ୍ଯାପକ ଜନସଚେତନତା ସୃଷ୍ଟି କରାଇ ପାରିଲେ ଆଗାମୀ ଦିନରେ ଏହା ଏକ ସୁଫଳକୁ ସ୍ଵାଗତ କରିବା ସହ ଶିଶୁମାନଙ୍କ ଉପରେ ପ୍ରଭାବ ପକାଇବ l ଏହି କାର୍ଯ୍ୟକ୍ରମ ରେ ଧୂଳିଗଡ ପଞ୍ଚାୟତ ର ସରପଞ୍ଚ ଶ୍ରୀଯୁକ୍ତ ମାନସ ରଣା , ଶିଶୁଅଧିକାର ସୁରକ୍ଷା ମଞ୍ଚର ସଦସ୍ୟ ବିଜୟ କୁମାର ଦାସ,ବିଶ୍ୱଜିତ ମାଝୀ, ଅଞ୍ଜଳି ପାତ୍ର , ଲକ୍ଷ୍ମୀ ହାଁସଦା, ସୁଦାମ ପୋଇ, ସଂଗୀତା ଭଞ୍ଜ ଓ ଆସ ପେୟାର ର ସମସ୍ତ ସଭ୍ୟ ଓ ଜୀ ପି ସି ଏମ ମୋନାଲିସା ଭଞ୍ଜ ଙ୍କ ସହଯୋଗ ରେ ଏହି ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ l