Posts

Showing posts from November 17, 2023

ବିଶିଷ୍ଟ ତବଲା ବାଦକ, ଗାୟକ, ସଂଗୀତ ଗୁରୁ ‘ଦେବେନ୍ଦ୍ର ମଲ୍ଲିକ’ଙ୍କ ପାଇଁ ଶୋକ ସଭା ଓ ଭଜନସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି l

Image
ଯାଜପୁର (ବ୍ୟାସନଗର) : - ତା ୦୬/୧୧/୨୦୨୩ ରିଖ ରେ ପରଲୋକ ଗମନ କରିଥିବା ବିଶିଷ୍ଟ ତବଲା ଓ ଲାଲ ବାଦକ ତଥା ବରିଷ୍ଠ ଗାୟକ ଦେବେନ୍ଦ୍ର କୁମାର ମଲ୍ଲିକଙ୍କ ଆଜି ଏକାଦଶାହ କ୍ରିୟା ଉପଲକ୍ଷେ ୧୭ନଂ. ୱାର୍ଡ଼ ସ୍ଥିତ ତାଙ୍କ ବାସଭବନରେ ‘ଉଦୟବଟ’ ତରଫରୁ ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ପରେ ‘ଉଦୟବଟ’ ପରିଚାଳିତ ‘ଦୁର୍ଲ୍ଲଭ କଳା ପରିଷଦ’ ପକ୍ଷରୁ ଏକ ‘ଭଜନ ସନ୍ଧ୍ୟା’ କାର୍ଯ୍ୟକ୍ରମ ଶ୍ରୀ ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଜୟ କୁମାର ବ୍ରହ୍ମ, ଡ଼ଃ. ଅକ୍ଷୟ କୁମାର ପଣ୍ଡା, ଗାୟତ୍ରୀ ମଲ୍ଲିକ, ଭାରତ ଭୂଷଣ ରାଉତ, ହିତାଗ୍ନୀ ମିଶ୍ର, ଭାସ୍କର ମୁଦୁଲି, ଦୁଷ୍ମନ୍ତ କୁମାର ରାଉତ, ମଦନ ମୋହନ ମହାରଣା ପ୍ରମୁଖ ଅଂଶଗ୍ରହଣ କରି ୰ ମଲ୍ଲିକଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ପଦାରବିନ୍ଦଙ୍କ ନିକଟରେ ଭକ୍ତି ସଂଗୀତମାନ ଗାନ କରିଥିଲେ । ମଂଚରେ ଅନ୍ୟମାନଙ୍କ ମଧ୍ୟରେ ସୁରେନ୍ଦ୍ର କୁମାର ସାହୁ, ସମୀର କୁମାର ମିଶ୍ର, କଳିଙ୍ଗ କେଶରୀ ରାଉତ, ଶୁଭେନ୍ଦୁ କୁମାର ଜେନା (ବୁନା), ଅରୁଣ ଖଟୁଆ ପ୍ରମୁଖ ଉପସ୍ଥିତ ରହି ବାଦ୍ୟଯନ୍ତ୍ରରେ ସହାୟତା କରିଥିଲେ ।    ପ୍ରଥମେ ୰ ମଲ୍ଲିକଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇ ତାଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ୦୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ବହୁ ସ୍ଥାନୀୟ ବ୍ୟକ୍ତିବିଶେଷ, ଜନପ୍ରତିନିଧି, ଯୁବ