Posts

Showing posts from September 13, 2023

ୱାର୍ଡ ମେମ୍ବରଙ୍କୁ ଆକ୍ରମଣ କରିବା ମାହାଙ୍ଗା ପଡ଼ିଲା, ନିଲମ୍ବିତ ହେଲେ ଖୋର୍ଦ୍ଧା ଜଙ୍କିଆ ଥାନା ଏଏସ୍ ଆଇ ନିରଞ୍ଜନ ମହାନ୍ତି ।

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) :- ଏଏସ୍ ଆଇ ନିରଞ୍ଜନ ମହାନ୍ତି ଙ୍କୁ ନିଲମ୍ବନ କରିଛନ୍ତି ଖୋର୍ଦ୍ଧା ଏସପି । ରବିବାର ଅପରାହ୍ନରେ ଏକ ମାମଲା ସମ୍ପର୍କରେ ବୁଝିବା ପାଇଁ ଜଙ୍କିଆ ପଞ୍ଚାୟତର ୱାର୍ଡ ମେମ୍ବର ନବ କିଶୋର ହରିଚନ୍ଦନ ଜଙ୍କିଆ ଥାନାକୁ ଯାଇଥିଲେ। ଥାନାର ଭାରପ୍ରାପ୍ତ ଅଧିକାରୀ ନ ଥିବାରୁ ନବ କିଶୋର ଥାନା ଫାଟକ ପାଖରେ ଠିଆ ହୋଇ ମୋବାଇଲରେ କଥା ହେଉଥିଲେ ।ଏହି ସମୟରେ ଏଏସ୍ଆଇ ନିରଞ୍ଜନ ମହାନ୍ତି  ୱାର୍ଡ ମେମ୍ବରଙ୍କୁ ଡାକିଥିଲେ ମଧ୍ୟ ସେ ଶୁଣି ନ ଥିଲେ। ଏହାପରେ ଉତ୍ତ୍ୟକ୍ତ ହୋଇ ତାଙ୍କ ମୁଣ୍ଡକୁ ଏକ ପଥରରେ ଛେଚି ଦେଇଥିବା ଅଭିଯୋଗ ହୋଇଛି। ଏଏସ୍‌ଆଇଙ୍କ ଆକ୍ରମଣରେ ୱାର୍ଡ ମେମ୍ବରଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହେବାରୁ ତୁରନ୍ତ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଖବର ପ୍ରଚାରିତ ହେବା ପରେ ଥାନା ପରିସରରେ ଉତ୍ତେଜନା ଦେଖାଦେଇଥିଲା।ପରେ ଜଙ୍କିଆ ଥାନାର ଭାରପ୍ରାପ୍ତ ଅଧିକାରୀ ପହଞ୍ଚି ବୁଝାସୁଝା କରିବା ସହିତ ଏଏସ୍ଆଇ ନିରଞ୍ଜନ ମହାନ୍ତିଙ୍କ ବିରୁଦ୍ଧରେ ଏତଲା ଗ୍ରହଣ କରିଥିଲେ। ଏସମ୍ପର୍କରେ ରିପୋର୍ଟ ପାଇବା ପରେ ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କାଟେରିଆ ଏଏସ୍ଆଇ ନିରଞ୍ଜନ ମହାନ୍ତିଙ୍କୁ ନିଲମ୍ବନ କରିଛନ୍ତି ।  ଏଏସଆଇ ଥାନାରେ ନିଶାସକ୍ତ ଥିବା ବେଳେ  ଏପରି କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି। ତେବେ ଅଫିସ ଡ୍ୟୁଟି ସମୟରେ କିପରି ଅଧ...

ବ୍ରାଉନ ସୁଗାର ଜବତ ଜଣେ ଅଭିଯୁକ୍ତ ଗିରଫ l

Image
ଯାଜପୁର(ବ୍ୟାସନଗର) :- ଗତ କିଛିଦିନ ହେବ ଯାଜପୁର ରୋଡ ଏବଂ ଏହାର ଆଖପାଖ ଅଂଚଳ ରେ ଚୋରା ନିଶା ବେପାରୀ ଙ୍କ ଦୌରାତ୍ମ ବଢ଼ି ବାରେ ଲାଗିଛି l ତାକୁ ସାମ୍ନା କରିବା ପାଇଁ ଆକ୍ସନ ମୁଡ଼ ରେ ଡୋଲୀପୁର ଅବକାରୀ ବିଭାଗ l ଚୋରା ନିଶା ବେପାରୀ ଙ୍କ ନିଦ ହଜେଇଦେଲାଣି ଡୋଲୀପୁର ଅବକାରୀ ବିଭାଗ l ଗୋଟେ ପରେ ଗୋଟେ ଆସାମୀ କୁ ଧରିବାରେ ସଫଳ ହେଉଛି ଅବକାରୀ ପୋଲିସ l ଖବର ମୁତାବକ ଜିଲ୍ଲା ଅବକାରୀ ଅଧିକ୍ଷକ ଅମରେନ୍ଦ୍ର କୁମାର ଜେନା ଙ୍କ ନିର୍ଦେଶ କ୍ରମେ ଇନ୍ସିପେକ୍ଟର ସମୀର କୁମାର ମହାନ୍ତି ଙ୍କ ତତ୍ତ୍ଵାବଧାନରେ ଡୋଲୀପୁର ଅବକାରୀ ବିଭାଗର ଅଧିକାରୀ ଶ୍ରୀକାନ୍ତ ପଣ୍ଡା, ସୁକିନ୍ଦା ଅବକାରୀ ବିଭାଗ ଅଧିକାରୀ ଭରତ କୁମାର ମିଶ୍ର, ଜିଲ୍ଲା ମୋବାଇଲ ସ୍କାର୍ଡ ଅଧିକାରୀ ସତ୍ୟ ନାରାୟଣ ପ୍ରଧାନ, ଖିରୋଦ କୁମାର ସାହୁ, ବିପିନ କୁମାର ପ୍ରଧାନ, ବିଭୁ ସାହୁ ପ୍ରମୁଖ ଯାଜପୁର ରୋଡ ଚୂନ ଭାଟି ପ୍ଲଟ ନିକଟରେ ଚଢ଼ାଉ କରି ୫୩ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସଂଗେ ସଂଗେ ଆସାମୀ ସେଠାକାର ଶଙ୍କର୍ଷଣ ରାଉତ (୪୫)ଙ୍କୁ ଗିରଫ କରି କେଶ ନମ୍ବର ୧୨୦/୨୩-୨୪ରେ ମାମଲା ୠଜୁକରି କୋର୍ଟ ଚାଲାଣ କରିଛି l ଅବକାରୀ ବିଭାଗ ର ଏପରି ଗୋଟେ ପରେ ଗୋଟେ ସଫଳତା କୁ ସ୍ଥାନୀୟ ଜନସାଧାରଣ ପ୍ରଶଂସା କରିଛନ୍ତି l ଆଗକୁ ଏହି ଚଢ଼ାଉ ଆହୁରି ଜୋରଦାର କରାଯିବା ନେଇ ଅବକାରୀ ବିଭାଗ ଅଧିକାରୀ ଶ୍ରୀକାନ୍ତ ପଣ୍ଡା ସୂଚନା ଦେଇଛନ୍ତି l