Posts

Showing posts from September 24, 2022

ଭାଜପା ଯୁବମୋର୍ଚ୍ଚl ପକ୍ଷରୁ ସୁକିନ୍ଦାରେ ରକ୍ତ ଦାନ ଶିବିର ଅନୁଷ୍ଠିତ l

Image
  ଯାଜପୁର (ସୁକିନ୍ଦା):- ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୨ ତମ ଜନ୍ମଦିନକୁ ସମଗ୍ର ଦେଶରେ ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚl ପକ୍ଷରୁ ସେବା ଦିବସ ଭାବେ ପାଳନ କରାଯାଇ ରକ୍ତଦାନ ଭଳି ଏକ ମହତ କାର୍ଯ୍ୟ କରାଯାଉଛି l ଏହି କ୍ରମରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଭାଜପା ଯୁବମୋର୍ଚ୍ଚl ପକ୍ଷରୁ ସୁକିନ୍ଦା ଷ୍ଟାଡିଅମ ଠାରେ ଶନିବାର ଏକ ରକ୍ତ ଦାନ ଶିବିର ଆୟୋଜିତ ହୋଇଥିଲା l ସୁକିନ୍ଦାର ଭାଜପା ନେତା ତଥା ବିଧାୟକ ପ୍ରାର୍ଥୀ ପ୍ରଦୀପ ବଳ ସାମନ୍ତ ଏହାକୁ ଉଦଘାଟନ କରିଥିଲେ l ଜିଲ୍ଲା ଭାଜପା ଉପ ସଭାପତି ପୁଷ୍ପକ ମହାପାତ୍ର ପ୍ରଥମେ ରକ୍ତଦାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ l ଜିିଲ୍ଲା ଯୁବ ମୋର୍ଚ୍ଚl ଉପ ସଭାପତି ପ୍ରକାଶ ବେହୁରା, ସାମ୍ବାଦିକ ରୋହିତ ଖୁଣ୍ଟିଆ, ଭାଜପା କାର୍ଯ୍ୟକାରୀ କମିଟି ସଭ୍ୟ ସରୋଜ ବେହେରାଙ୍କ ସମେତ ବହୁ ଯୁବ ମୋର୍ଚ୍ଚାର ସଦସ୍ୟ ରକ୍ତଦାନ କରିଥିଲେ l ଜିିଲ୍ଲା ଭାଜପା ଯୁବମୋର୍ଚ୍ଚl ସଭାପତି ବିଶ୍ୱଜିତ (ବାବୁନି)ରାଜ ରକ୍ତଦାନ ଶିବିରକୁ ପରିଚାଳନା କରିଥିଲେ l ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟର ଓଡିଶା ବ୍ଲଡ଼ କେନ୍ଦ୍ର ପକ୍ଷରୁ ଡ. ସମୀୟାଂଶୁ ସେଠୀଙ୍କ ତତ୍ୱାବଧାନରେ ୭୨ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା l  (ସୁକିନ୍ଦାରୁ ଜୟ ନାରାୟଣ ମହାପାତ୍ରଙ୍କ ରିପୋର୍ଟ)