ରୋଗ ଯନ୍ତ୍ରଣାରେ ଛଟପଟ ବିଧବା ମହିଳା ସଞୁଲତା, ସରକାରୀ ସହାୟତା ପାଇଁ ଅପେକ୍ଷା l

ଯାଜପୁର (କଳିଙ୍ଗନଗର ) :- ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଦେଉଳକଣ ପଞ୍ଚାୟତ ନୂଆସାହି ବାସିନ୍ଦା ସଞୁଲତା ମହାନ୍ତ । ବଞ୍ଚିବା ପାଇଁ ସଂଘର୍ଷ କରୁଥିବା ସଞୁଲତା ଏବେ ସରକାରୀ ସହାୟତାକୁ ଚାହିଁ ବସିଛନ୍ତି । ଗରିବ ବିଧବା ମହିଳା ସ୍ୱାମୀ ମଲାପରେ ଦିନ ମଜୁରିଆ ଭାବେ କାମ କରି ପରିବାର ଲୋକଙ୍କ ମୁହଁରେ ଦାନା ମୁଠେ ଦେଉଥିଲେ । ହଠାତ ଅଜଣା ଗୋଗ ସଞୁଲତା ଙ୍କୁ ଗ୍ରାସ କରିଥିଲା l ଗରିବୀ, ଅର୍ଥ ଅଭାବରୁ ଚିକିତ୍ସା ହୋଇ ପାରୁନାହାନ୍ତି । ଫଳରେ ଦିର୍ଘ ୮ବର୍ଷରୁ ଉର୍ଦ୍ଧ ସମୟ ହେବ ଖୋଲା ମେଲା ସାଢୀ ଟଙ୍ଗା ଘରେ ଦୀର୍ଘ ଦିନ ହେଲା ପଡ଼ି ରହିଛନ୍ତି। ସେ କୌଣସି କାମ ଧନ୍ଦା କରିପାରୁନାହାନ୍ତି ଖଟିଆରେ ପଡିରହିଛନ୍ତି ଦିନେ ଖାଇଲେ ଦୁଇ ଦିନ ଉପବାସ । ଏଭଳି ଦୁଖଦ ସମୟରେ ପୁଅ ବହୁତ କଷ୍ଟରେ ବାହାରେ ମୂଲ ମଜୁରୀ କରି ପରିବାର ଚଳାଉଛନ୍ତି । ପରିବାର କହିଲେ ସଞୁଲତା ଆଉ ଦୁଇଟି ପୁଅ ଗୋଟିଏ ଝିଅ ସ୍ୱାମୀ ପରିତ୍ୟକତା । ରୋଗରେ ପ୍ରକୋପ କାରଣରୁ ପ୍ରଥମେ ତାଙ୍କର ଗୋଡ ଓ ହାତ ସବୁ ବ୍ୟଥା ହୋଇ ଧିରେ ଧିରେ ଯନ୍ତ୍ରଣା ବଢ଼ିବାକୁ ଲାଗିଲା। ଏବେ ହାତ ଓ ଗୋଡ଼ ମୁଣ୍ଡ ପିଠି ଏକ । ଦେହ ଅସୁସ୍ଥ ହୋଇ ପଡ଼ିବାରୁ ସେ ଆଉ କୌଣସି କାମ କରି ପାରୁନାହାନ୍ତି କି ଠିକ୍ ରେ ଖାଇ ପିଇ ମଧ୍ୟ ପାରୁ ନାହାଁନ୍ତି l ସେହି ବିଞ୍ଚଣାରେ ପଡ଼ି ରହିଥିବା ବେଳେ ପରିବାର ଲୋକ ଖୁଆଇ ଦିଅନ୍ତି । ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ନାହିଁ l ଟଙ୍କା ଅଭା...