ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭରତ ଅଭିଯାନ କାର୍ଯ୍ୟକାରୀ କରିବା ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଓ ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ ମଧ୍ୟରେ ସହଭାଗିତା ld

ଯାଜପୁର(କଳିଙ୍ଗନଗର) :- ଟାଟାଷ୍ଟିଲ ଫାଉଣ୍ଡେସନ (ଟିଏସ୍ଏଫ୍) ପକ୍ଷରୁ ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ ସହଭାଗିତା ରେ ଯାଜପୁର ଜିଲ୍ଲା ରେ "ନି - କ୍ଷୟ ମିତ୍ର କାର୍ଯ୍ୟକ୍ରମ" କାର୍ଯ୍ୟକାରୀ କରିବା ପାଇଁ ଶୁଭାରମ୍ଭ ହୋଇଛି l ଚଳିତ ବର୍ଷ ନଭେମ୍ବର ୯ ତାରିଖ ରେ ଏହି କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଛି ଆସନ୍ତା ୨୦୨୩ ଅକ୍ଟୋବର ମାସରେ ଏହି ଅଭିଯାନ ଶେଷ ହେବ l
ଏହି ଅବସରରେ ଟାଟା ଷ୍ଟିଲ ଫାଉଣ୍ଡେସନ ର ଓଡ଼ିଶା ମୁଖ୍ୟ ଡଃ. ଅମ୍ବିକା ନନ୍ଦ କହିଛନ୍ତି ଯେ, ଟିବି ରେ ପୀଡିତ ଲୋକମାନଙ୍କ ପାଖରେ ପୁଷ୍ଟିକର ଖାଦ୍ୟ ପହଞ୍ଚାଇବା ପାଇଁ( ଟିଏସ୍ଏଫ୍) ଓ ଯାଜପୁର ଜିଲ୍ଲା ପ୍ରଶାସନ କୁ ସହାୟତା କରୁଛି I ପ୍ରାରମ୍ଭିକ ପର୍ଯ୍ୟାୟରେ ଯାଜପୁର ଜିଲ୍ଲାର ୭୯୭ ଜଣ ଙ୍କୁ ଏହି ସୁବିଧା ଉପଲବ୍ଧ କରାଇବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି I ଏଠରେ ସୂଚନାଯୋଗ୍ଯ ଯେ ଏହି ସହଭାଗିତା ର ଅଂଶବିଶେଷ ଭାବେ ଓଡ଼ିଶା ଓ ଝାଡ଼ଖଣ୍ଡର ବିଭିନ୍ନ ବ୍ଲକର ଲୋକମାନଙ୍କୁ (ନି - କ୍ଷୟ) ଆପ ମାଧ୍ୟମରେ ପଞ୍ଜୀକରଣ କରାଯାଇଛି l ଏହି ଅବସରରେ ପଞ୍ଜୀକୃତ ହୋଇଥିବା ରୋଗୀଙ୍କୁ ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ପୁଷ୍ଟିକର ଖାଦ୍ୟ କିଟ୍ ପ୍ରଦାନ କରାଯିବ l ଉକ୍ତ କିଟ୍ ରେ ୧.୫ କେଜି ଲେଖାଏଁ ହରଡ଼ ଡାଲି, ଚଣା ଡାଲି, ମସୁର ଡାଲି ସହିତ ୫୦୦ ଗ୍ରାମ ବାଦାମ, ସୋୟାବିନ ୩୦୦ ଗ୍ରାମ ଓ ଏକ କେଜି ଗୁଡ଼ ରହିବ l
୨୦୨୫ ସୁଦ୍ଧା ଟିବି ମୁକ୍ତ କରିବା ପାଇଁ ସ୍ଥାନୀୟ ଲୋକମାନଙ୍କ ସମ୍ପୃକ୍ତିକୁ ବଢାଇବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ଟିବି ରୋଗୀ ଙ୍କୁ ଗୋଷ୍ଠୀ ସହାୟତା, ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଅଭିଯାନର ଶୁଭାରମ୍ଭ କରାଯାଇଛି l ଏହି ଅନଲାଇନ ୱେବ୍ ପରିଚାଳନା ସହାୟତା ରେ ଟିବି ରୋଗୀ ଙ୍କୁ ଗୋଷ୍ଠୀ ସହାୟତା ପ୍ରଦାନ ଲାଗି ନି - କ୍ଷୟ ମିତ୍ର କାର୍ଯ୍ୟକ୍ରମ ରେ ସମବାୟ ସଂସ୍ଥା, ନିର୍ବାଚିତ ପ୍ରତିନିଧି, ବ୍ୟକ୍ତି ବିଶେଷ ସଂସ୍ଥା ଓ ଅଣ ସରକାରୀ ସଂସ୍ଥା ଗୁଡିକ ଅନ୍ତର୍ଭୁକ୍ତ ରହିବେ l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !