କବି ଦୁର୍ଯ୍ୟୋଧନ ନାୟକଙ୍କ ସ୍ମୃତିଚାରଣ ସଭା

ଯାଜପୁର (ସୁକିନ୍ଦା): - ସୁକିନ୍ଦା ସାହିତ୍ୟ ସମାଜର ପ୍ରତିଷ୍ଠାତା ସଭାପତି କବି ଦୁର୍ଯ୍ୟୋଧନ ନାୟକଙ୍କ ଏକାଦଶାହ ଅବସରରେ ସୁକିନ୍ଦା ସାହିତ୍ୟ ସମାଜ ଆନୁକୂଲ୍ୟରେ ଗୁରୁବାର ଅପରାହ୍ନରେ ତାଙ୍କ ହରିପୁରସ୍ଥ ବାସଭବନରେ କୋଭିଡ ନିୟମ ପାଳନ କରାଯାଇ ଏକ ସ୍ମୃତିଚାରଣ ସଭା ଆୟୋଜିତ ହୋଇଥିଲା l ସୁକିନ୍ଦା ଅବସରପ୍ରାପ୍ତ ଶିକ୍ଷକ କର୍ମଚାରୀ ସଂଘ ସଭାପତି ବାଉରୀବନ୍ଧୁ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ କବି ପ୍ରଫୁଲ୍ଲ କୁମାର ଦାଶ କବୟିତ୍ରୀ ସଂଯୁକ୍ତା ମହାପାତ୍ର, ସାହିତ୍ୟିକ ଶରତ ରାୟ ଅବସରପ୍ରାପ୍ତ ଅଧ୍ୟକ୍ଷ ଅକ୍ଷୟ କୁମାର ଭୂୟାଁ ବରିଷ୍ଠ ସାମ୍ବାଦିକ ଜୟ ନାରାୟଣ ମହାପାତ୍ର ଆଇନଜୀବି ସନାତନ ଗୁରୁ, ସାମ୍ବାଦିକ ପୁର୍ଣ ଚନ୍ଦ୍ର ସାହୁ ଅତିଥିଭାବେ ଯୋଗଦେଇ ସାରସ୍ୱତ ସାଧନlରେ ସ୍ୱର୍ଗତ ନାୟକଙ୍କ ଅବଦାନ ଓ ସୁକିନ୍ଦା ସାହିତ୍ୟ ସମାଜ ଗଠନରେ ତାଙ୍କର ଭୂମିକା ସମ୍ପର୍କରେ ଆଲୋକପାତ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ କବି ଗୋକୁଳ ବିହାରୀ ପୃଷ୍ଟି ରବୀନ୍ଦ୍ର ହୋତା ଅଜୟ କୁମାର ଖୁଣ୍ଟିଆ ଭୁବନ ମୋହନ ମହାନ୍ତି ଡ. ଦୟାନିଧି ଦାଶ ସୁଦାମ ଚରଣ ନାୟକ ଅଲେଖ ପ୍ରସାଦ ପାଗଡ଼ କବୟିତ୍ରୀ ଲବଙ୍ଗଲତା ପରିଡ଼ା ସାମ୍ବାଦିଜ ରାଙ୍ଗବଲ୍ଲଭ ସାହୁ ଓ ଦୟାନିଧି ନାୟକ ଶିକ୍ଷାବିତ କୁଳମଣି ଦତ୍ତ ଆର୍ତ୍ତବନ୍ଧୁ ପ୍ରଧାନ ଶଶଧର ମୁଦୁଲି ନାରାୟଣ ଶତପଥି ମନରଞ୍ଜନ ଦାସ ଅଧ୍ୟାପକ...