Posts

Showing posts from September 6, 2023

ଏସ.ପି ନନ୍ଦ ପାଠାଗାର’ର ୨୪ତମ ବାର୍ଷିକୋତ୍ସବ, ଗୁରୁ ଦିବସ ପାଳନ ଓ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି l

Image
ଯାଜପୁର (କୁଆଖିଆ ): - ଯାଜପୁର ଜିଲ୍ଲାର ବ୍ୟବସାୟିକ ପ୍ରାଣକେନ୍ଦ୍ର କୁଆଖିଆ ବଜାରର ‘କୀର୍ତି ପ୍ୟାଲେସ’ ଠାରେ ଗତ କାଲି ସନ୍ଧ୍ୟାରେ ବ୍ୟାସନଗର ପୈାର ପରିଷଦ ସ୍ଥିତ ‘ଉଦୟବଟ’ ପରିଚାଳିତ ଏସ. ପି ନନ୍ଦ ପାଠାଗାରର ୨୪ତମ ବାର୍ଷିକୋତ୍ସବ, ଗୁରୁ ଦିବସ ପାଳନ ଓ ସମ୍ବର୍ଦ୍ଧନା ପର୍ବ ‘ଉଦୟବଟ’ ର ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଶା ମୋ’ କଲେଜର ଅଧ୍ୟକ୍ଷ, ପୂର୍ବତନ ବିଧାୟକ ତଥା ବିଶିଷ୍ଟ ସିନେ ତାରକା ଆକାଶଦାସ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ ଓ ଆଲୋଚନାଚକ୍ରକୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍‌ଘାଟନ କରିଥିଲେ । ଅତିଥିମାନେ ଜଗତରନାଥ ପ୍ରଭୂ ଜଗନ୍ନାଥ ଓ ପୂର୍ବତନ ରାଷ୍ଟ୍ରପତି ଡ଼ଃ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଫଟୋରେ ପ୍ରଥମେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ପରେ ଦିବଗଂତ ପୂର୍ବତନ ବାଚସ୍ପତି ତଥା ଓଡ଼ିଶାର ବରିଷ୍ଠ ଜନନେତା ସୂର୍ଯ୍ୟନାରାୟଣ ପାତ୍ରଙ୍କ ପାଇଁ ୦୨ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ମୁଖ୍ୟ ଅତିଥି ଶ୍ରୀ ଦାସନାୟକ ତାଙ୍କ ଅବିଭାଷଣରେ କହିଥିଲେ ଯେ, ସୁସ୍ଥ ସମାଜ ଗଠନ ପାଇଁ ଏବଂ କଳୁଷିତ ସମାଜକୁ ସ୍ୱଚ୍ଛ କରିବା ପାଇଁ ସୁସାହିତ୍ୟର ଆବଶ୍ୟକତା ଅପରିହାର୍ଯ୍ୟ । ପାଠକୀୟ ଆଦୃତି ବଢ଼ାଇବା ପାଇଁ ପାଠାଗାର, ସମ୍ବାଦପତ୍ର ଓ ପତ୍ରପତ୍ରିକାମାନେ ନିରନ୍ତର ଉଦ୍ୟମ ଜାରୀ ରଖ