କଳିଙ୍ଗନଗର ବିକାଶ ର ମୁକସାକ୍ଷୀ ରାବଣା ଗ୍ରାମର ଆଦିବାସୀ କୁଡୁମୀ ସାହି l

RITA VISION NEWS By Umakanta Mohapatra ( ପ୍ରସାର ପ୍ରଚାର ରେ ସୀମିତ ସରକାରଙ୍କ ବିକାଶ) ଯାଜପୁର (କଳିଙ୍ଗନଗର) :- ମୁଖ୍ୟମନ୍ତ୍ରୀ କହୁଛନ୍ତି ଓଡ଼ିଶାରେ କେହିବି ଜଣେ ଲୋକ ଭୋକ ଉପାସରେ ରହିବ ନାହିଁ। ମୋ ଓଡ଼ିଶା ପ୍ରତି କ୍ଷେତ୍ରରେ ବିକାଶ କରୁଛି । କେ ବି କେ ଭଳି ଚିତ୍ର ଆଜି ଦେଖିବାକୁ ମିଳୁନାହିଁ । ସତରେ କଣ ଆମେ ବିକାଶ ପଥରେ ଆଗେଇ ଚାଲିଛନ୍ତି? ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠାରେ ବିକାଶ ହେଉଛି । ଯଦି ବିକାଶ ହେଉଛି ତେବେ ନଗଡା ପରି ନଗ୍ନ ଚିତ୍ର କାହିଁକି ଦେଖିବାକୁ ମିଳୁଛି ଶିଳ୍ପାଞ୍ଚଳ କଳିଙ୍ଗନଗର ଛାତିରେ? ଏହା ପ୍ରଶାସନର ଉଦାସୀନତା ନା ରାଜନେତା ମାନଙ୍କର ଅଣଦେଖା।ଚଳିତ ମାସ ରେ ଏହି କଳିଙ୍ଗନଗର ଛାତି ଉପରେ ବିକାଶ ର ଡିଣ୍ଡିମ ପିଟୁଥିବା ମନ୍ତ୍ରୀ ଓ ଶିଳ୍ପାନୁଷ୍ଠାନ ର ଅଧିକାରୀ ମାନେ କୋଟି କୋଟି ଟଙ୍କା ଖର୍ଚ୍ଚ କରି କଳିଙ୍ଗନଗର ମହୋତ୍ସବ ପାଳନ କଲେ l ରାଜ୍ୟରୁ ଓ ରାଜ୍ଯ ବାହାରୁ ବଡ଼ ବଡ଼ କଳାକାର ମାନଙ୍କୁ ଆଣି ଲକ୍ଷ ଲକ୍ଷ ଟଙ୍କା ପ୍ରଦାନ କରି ବାଃ ବାଃ ନେଉଥିବା ବେଳେ ଏହିଠାରୁ ମାତ୍ର ଅଳ୍ପ କିଛି ଦୂରରେ ଗୋଟିଏ ନିରାଶ୍ରୟ ଅସହାୟ ଆଦିବାସୀ ପରିବାର ଦୁର୍ଦ୍ଦିନରେ ଜୀବନ ବିତାଉଥିବା ଦେଖିବାକୁ ମିଳିଛି l ସରକାର ନିରାଶ୍ରୟ ମାନଙ୍କ ପାଇଁ କେତେ ଯୋଜନା କରିଛନ୍ତି କିନ୍ତୁ ଏବେ ବି ସରକାରୀ ସହାୟତା କୁ ଅପେକ୍ଷା କରି ଭୋକ ଉପାସରେ ଜୀବନ ଯନ୍ତ୍ରଣାରେ କାଳାତିପାତ କରୁଛନ୍ତି ଦ...