ଝାଡ଼େଶ୍ୱର ଜୁନିୟର ମହାବିଦ୍ୟାଳୟ’ର ନୂତନ ଅଧ୍ୟକ୍ଷ ଭାବେ ଅକ୍ଷୟ ପଣ୍ଡାଙ୍କ କାର୍ଯ୍ୟଭାର ଗ୍ରହଣ l
ଯାଜପୁର :- ଜିଲ୍ଲା ର ଦାନଗଦି ବ୍ଲକ ଅର୍ନ୍ତଗତ ଟୋଲକାନୀ ସ୍ଥିତ ‘ଝାଡ଼େଶ୍ୱର ଜୁନିୟର ମହାବିଦ୍ୟାଳୟ’ର ଅଧ୍ୟକ୍ଷ ତଥା ଇତିହାସ ବିଭାଗର ପ୍ରଧ୍ୟାପକ ଡ଼ଃ. ଯୁଗଳ କିଶୋର ହୋତା ପାଇଁ ଅବସରକାଳୀନ ସମ୍ବର୍ଦ୍ଧନା ସଭା କଲେଜର ନୂତନ ଅଧ୍ୟକ୍ଷ ଡ଼ଃ. ଅକ୍ଷୟ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗତ କାଲି ରବିବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼ଃ. କୁଶଚନ୍ଦ୍ର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଉଦ୍ଘାଟନ କରି ଅଧ୍ୟକ୍ଷ ଡ଼ଃ. ହୋତାଙ୍କ ଛାତ୍ରବତ୍ସଳତା, ସରଳତା ଏବଂ କଲେଜ ପରିଚାଳନାରେ ଥିବା ଦକ୍ଷତା ଆଦି ଗୁଣ ଉପରେ ଆଲୋକପାତ କରିବା ସହ ତାଙ୍କ ଅବସର ପରବର୍ତୀ ଜୀବନର ମଂଗଳ କାମନା କରିଥିଲେ । କଲେଜର ପ୍ରତିଷ୍ଠାତା ଦୀନବନ୍ଧୁ ପୃଷ୍ଟି ଏଥିରେ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ କଲେଜରୁ ବହୁ ଅଧ୍ୟାପକ ଓ ଏବେ ପୁଣି ଅଧ୍ୟକ୍ଷ ଅବସର ଗ୍ରହଣ କରିବା ତାଙ୍କୁ ବ୍ୟଥିତ କରିଛି ବୋଲି କହିବା ସହ ଏମାନେ ସମସ୍ତେ କଲେଜର ବିକାଶକୁ ବହୁ ମାତ୍ରାରେ ଆଗେଇ ଦେଇଥିଲେ ବୋଲି କହିଥିଲେ । ବିଶେଷକରି ଅଧ୍ୟକ୍ଷ ଡ଼ଃ. ହୋତା କଲେଜର ଭଲ ମନ୍ଦ ସବୁଥିରେ ସାମିଲ ହୋଇ ମହାବିଦ୍ୟାଳୟର ବିକାଶରେ ଯେଉଁ ସହାୟକ ଭୂମିକା ନିଭାଇଛନ୍ତି ତାହା ଚୀରକାଳ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି କହିଥିଲେ । ରାଜ୍ୟସ୍ତରୀୟ ସାମ...