ସାହିତ୍ୟିକ ଗୁଣନିଧି ଗୁରୁଙ୍କ ବିୟୋଗରେ ସ୍ମୃତିସଭା l

ଯାଜପୁର (ସୁକିନ୍ଦା): - ବିଶିଷ୍ଟ ସାହିତ୍ୟିକ ଓ ବହୁ ସାହିତ୍ୟ ଅନୁଷ୍ଠାନ ସହ ଜଡିତ ଗୁଣନିଧି ଗୁରୁଙ୍କ ବିୟୋଗରେ ସୁକିନ୍ଦା ସାହିତ୍ୟ ସମାଜ ପକ୍ଷରୁ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି l ସ୍ଥାନୀୟ ବିଦ୍ୟା ନିକେତନ ପରିସରରେ 23ତାରିଖ ପୂର୍ବାହ୍ନରେ ସାହିତ୍ୟ ସମାଜ କାର୍ଯ୍ୟକାରୀ ସଭାପତି ଅକ୍ଷୟ କୁମାର ଭୂୟାଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ସମ୍ପାଦକ ଅଧ୍ୟାପକ ହିମାଂଶୁ ଶେଖର ଦ୍ବିବେଦୀ, ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ଜୟ ନାରାୟଣ ମହାପାତ୍ର, ସଂଗଠନ ସମ୍ପାଦକ ଅଜୟ କୁମାର ଖୁଣ୍ଟିଆ, ଉପ ସଭାପତି ଲବଙ୍ଗଲତା ପରିଡା ଓ ସୁଦାମ ଚରଣ ନାୟକ,ସହ ସମ୍ପାଦକ ଡ. ଦୟାନିଧି ଦାଶ, ମନୋରଞ୍ଜନ ଦାସ, ଶ୍ରୀନିବାସ ରାଉତ ନାରାୟଣ ଶତପଥି, ସୁରେନ୍ଦ୍ର ଦାସ, ଉଦ୍ଧବ ଚରଣ ବେହେରା ପ୍ରମୁଖ ସାହିତ୍ୟ କ୍ଷେତ୍ରରେ ସ୍ୱର୍ଗତଃ ଗୁରୁଙ୍କ ଅବଦାନ ସମ୍ପର୍କରେ ଆଲୋକପାତକରି ଶ୍ରଦ୍ଧlଞ୍ଜଳି ଜ୍ଞାପନ କରି ଥିଲେ l ପ୍ରାରମ୍ଭରେ ତାଙ୍କ ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା l(ସୁକିନ୍ଦାରୁ ଜୟ ନାରାୟଣ ମହାପାତ୍ରଙ୍କ ରିପୋର୍ଟ )l Memorial meeting in the absence of the literary guru. Jajpur (Sukinda): - A memorial service has been organized by Sukinda Sahitya Samaj in the absence...