ସନ୍ଦେହ ଘେରରେ ନବ ବିବାହିତାଙ୍କ ଆତ୍ମହତ୍ୟା l ହତ୍ୟା ଅଭିଯୋଗ କରିଛନ୍ତି ବାପଘର ପକ୍ଷରୁ l

ଯାଜପୁର:- ଜିଲ୍ଲା ର ପାଣିକୋଇଲି ଥାନା ଅନ୍ତର୍ଗତ କୁରୁପଦା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା l ନବବିବାହିତା ହିରାବତୀ ବେକରେ ରଶି ଲଗାଇ ମୃତ୍ୟୁ ବାରଣ କରିଛନ୍ତି ବୋଲି ଶ୍ୱଶୁର ଘରଲୋକେ କହୁଥିବାବେଳେ ଏହା ଏକ ସଙ୍ଘବଦ୍ଧ ହତ୍ୟା ବୋଲି ଅଭିଯୋଗ ଆଣିଛନ୍ତି ମୃତ ହିରାବତୀଙ୍କ ପରିବାର ଲୋକେ l ଏନେଇ ପାଣିକୋଇଲି ଥାନାରେ ଏକ ଏତଲା ମଧ୍ୟ ଡାଏରୀ କରାଯାଇଛି l ତେବେ ପୁଲିସ୍ ଏତଲା ଆଧାରରେ ମୃତ ମହିଳାଙ୍କ ସ୍ୱାମୀ ଓ ଶଶୂରଙ୍କୁ ଗିରଫ କରିଥିଲା I ଏତଲାରେ ଥିବା ୭ ଜଣଙ୍କ ନାଁ ମଧ୍ୟରୁ ଚାରି ଜଣଙ୍କ ନାଁରେ କେସ ରୁଜୁ କରି ଦୁଇ ଜଣ ସ୍ୱାମୀ ଓ ଶ୍ଵଶୁରଙ୍କୁ ଗିରଫ କରିଛି ଓ ଦୁଇଜଣଙ୍କୁ ଛାଡ଼ିଦେଇ ବାକି ୩ ଜଣଙ୍କ ନାଁ ଏତଲାରୁ କାଟି ଦିଆଯାଇଛି ବୋଲି ଅଭିଯୋଗ ଆଣିଛନ୍ତି ମୃତକ ଙ୍କ ପରିବାର ଲୋକେ l ଅଭିଯୋଗ ମୁତାବକ, ଯଖପୁର ଥାନା ଅନ୍ତର୍ଗତ ଡାଖରାପଦା ଗ୍ରାମର ସନ୍ତୋଷ କୁମାର ପାଲଙ୍କ ସାନ ଝିଅ ହୀରାବତୀ ଙ୍କର ଗତ ଏପ୍ରିଲ ୧୪ ତାରିଖରେ ପାଣିକୋଇଲି ଥାନା ଅନ୍ତର୍ଗତ କୁରୁପଦା ଗ୍ରାମର ବିଦ୍ୟାଧର ସାମଲଙ୍କ ପୁଅ ପ୍ରଭାତ ସାମଲଙ୍କ ସହ ବୈଦିକ ରୀତିରେ ବିବାହ ହୋଇଥିଲା । ବିବାହ ପରେ ପ୍ରଭାତଙ୍କ ରୋଜଗାରକୁ ନେଇ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେଉଥିଲା l ଅନେକ ଥର ସାହିପଡିଶାଙ୍କ ଦ୍ୱାରା ମଧ୍ୟ ସମାଧାନ କରାଯାଇଥିଲା । ପରେ ଏହି ଝଗଡା ବାରମ୍ବାର ବଢିଚାଲିଥିଲା ଫଳରେ ହିରାବତୀଙ୍କୁ ମ...