Posts

Showing posts from April 14, 2021

ସୁକିନ୍ଦା ସାହିତ୍ୟ ସମାଜ ପକ୍ଷରୁ ବିଷୁବ ମିଳନ ସମାବେଶ l

Image
ଯାଜପୁର (ସୁକିନ୍ଦା) : - ପବିତ୍ର ମହା ବିଷୁବ ସଂକ୍ରାନ୍ତୀ ଅବସରରେ ସୁକିନ୍ଦା ସାହିତ୍ୟ ସମାଜ ପକ୍ଷରୁ ସ୍ଥାନୀୟ ଭାରତୀୟ ବିଦ୍ୟା ନିକେତନ ପରିସରରେ କୋଭିଡ କଟକଣା ପାଳନ କରାଯାଇ ବିଷୁବ ମିଳନ ଉତ୍ସବ ପାଳିତ ହୋଇଥିଲା l ଏହି ଉପଲକ୍ଷେ କବିତା ପାଠୋତ୍ସବ, ସାରସ୍ୱତ ସମାରୋହ ଓ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଥିଲା l ପ୍ରଥମ ପର୍ଯ୍ୟlୟରେ ଅନୁଷ୍ଠିତ କବିତାପାଠୋତ୍ସବକୁ ବରିଷ୍ଠ ସାମ୍ବାଦିକ ଜୟ ନାରାୟଣ ମହାପାତ୍ର ଓ ଗୋବର୍ଦ୍ଧନ ପ୍ରଧାନ ସଂଚାଳନ କରିଥିବା ବେଳେ କlଞ୍ଚନବାଳା ମଲ୍ଲ,ମୀନର୍ଭl ମହାପାତ୍ର ଓ ଶ୍ଵେତାଶ୍ରୀ ମହାରଣା ସଂଯୋଜନା କରିଥିଲେ l ଦ୍ଵିତୀୟ ପର୍ଯ୍ୟାୟରେ ଆୟୋଜିତ ସାରସ୍ୱତ ସମାରୋହରେ ଭାଷାବିତ ଓ ଜଗନ୍ନାଥ ତତ୍ତ୍ୱ ଗବେଷକ ଅନ୍ତର୍ଯ୍ୟାମୀ ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ସାହିତ୍ୟରେ ନିର୍ଭିକତା ଓ ସତ୍ୟାନୁସନ୍ଧlନ ରହିବା ଆବଶ୍ୟକ ବୋଲି ମତ ଦେଇଥିଲେ l ସୁକିନ୍ଦା ଏକ ବହୁ ପୁରାତନ ଗଡଜାତ ରାଜ୍ୟ ଓ ଏହାର ସାହିତ୍ୟ ମଧ୍ୟ ବହୁ ପୁରାତନ, ଯାହାକି ଶ୍ରୀରାମଚନ୍ଦ୍ର ଭବନରେ ଥିବା ଫଟୋଚିତ୍ରରୁ ପ୍ରମାଣିତ ହୁଏ ବୋଲି କହିଥିଲେ l ମୁଖ୍ୟବକ୍ତାଭାବେ ଯୋଗଦେଇ ସାହିତ୍ୟାଚାର୍ଯ୍ୟ ପଣ୍ଡିତ ଭୂପତି ଭୂଷଣ ମିଶ୍ର ସମାଜରେ ସାହିତ୍ୟର ଭୂମିକା ଗୁରୁତ୍ୱପୂର୍ଣ ବୋଲି କହିଥିଲେ l ସମାଜର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସାହିତ୍ୟ ସୃଷ୍ଟିହେବା ଉପରେ ସେ ଗୁରୁତ୍ୱ ଆରୋ