Posts

Showing posts from September 8, 2021

ମଇଁଷି ଗୋଠରେ ହାତୀଙ୍କ ଉପଦ୍ରବ

Image
ଢେଙ୍କାନାଳ (ବ୍ୟୁରୋ ରିପୋର୍ଟ) :- କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜର ରେ ଦିନକୁଦିନ ହାତୀଙ୍କ ଉପଦ୍ରଵ ଦେଖିବାକୁ ମିଳୁଛି । ସୂଚନା ମୁତାବକ ହାତୀପଲ କିଛିଦିନ ଧରି ତୁମୁଁସିଙ୍ଗା ପଞ୍ଚାୟତ ଅଞ୍ଚଳରେ ଧାନ, ପନିପରିବା ଫସଲ ନଷ୍ଟ କରୁଥିବା ବେଳେ,ଗତକାଲି ବିଳମ୍ବିତ ରାତିରେ ତୁମୁସିଙ୍ଗା ଗ୍ରାମ ନିକଟସ୍ଥ ଗଜାବୁରି ପଡିଆଠାରେ ସେଇ ଗ୍ରାମର ସାଆନ୍ତେରା ନାୟକ ଓ କେଶବ ନାୟକଙ୍କ ମଇଁଷି ଗୋଠରେ ହାତୀପଲ ପଶି ଗୋଟିଏ ମଇଁଷିକୁ ଗୋଡ଼ରେ ଦଳି ମାରି ଦେଇଥିବା ବେଳେ, ଛଅଟି ମଇଁଷିକୁ ଗୁରୁତର ଭାବେ ଆହାତ କରିଛନ୍ତି।  ଏନେଇ ଗାଁ ଲୋକଙ୍କ ମଧ୍ୟରେ ଆତଙ୍କିତ ଖେଳି ଯାଇଥିବାବେଳେ ବନ ବିଭାକାକୁ ସୂଚନା ଦେଇଥିଲେ ଏବଂ ବନ ବିଭାଗ ଆସି ହାତୀପଲଙ୍କୁ ଘାଉଡ଼େଇଥିଲା I ବନ ବିଭାଗ ପକ୍ଷରୁ ହାତୀ ଉପଦ୍ରବ ରୋକିବା ଦିଗରେ କୌଣସି ପଦକ୍ଷେପ ନିଆଯାଉନଥିବା ନେଇ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି l  ଏହିପରି ଗରିବ ଲୋକ, ଚାଷୀ, ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି l ଫରେଷ୍ଟର ଓ ବନବିଭାଗ ଏହା ହାତୀଙ୍କର ଚଳାଚଳ ଅଞ୍ଚଳ ଜାଣିଥିଲେ ମଧ୍ଯ, ଜନସାଧାରଣ ଙ୍କୁ ସଚେତନତା ଓ ହାତୀ ଉପଦ୍ରବ ରୋକିବା ପାଇଁ କୌଣସି ପଦକ୍ଷେପ ନିଆଯାଉ ନାହିଁ l କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଦେବାକୁ ସାଧାରଣରେ ଦାବି ହୋଇଛି । Elephant poaching in the herd.  Dhenkanal (Beuro R