ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଂଘ ବଲାଙ୍ଗିର ମଣ୍ଡଳ ଶାଖା ତରଫରୁ ଏଗାର ତମ ଦ୍ବି ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ l
ବଲାଙ୍ଗିର:-ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଂଘ ବଲାଙ୍ଗିର ମଣ୍ଡଳ ଶାଖା ତରଫରୁ ଏଗାର ତମ ଦ୍ବି ବାର୍ଷିକ ସମ୍ମିଳନୀ ବଲାଙ୍ଗିର ମୁଖ୍ୟ ଡାକ ଘର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ସମ୍ମିଳନୀ ରେ ଓଡ଼ଶା ର ବିଶିଷ୍ଟ ଶ୍ରମିକ ନେତା ତଥା ପଶ୍ଚିମ ଓଡିଶା ର ଗର୍ବ ଏବଂ ଗୌରବ ବରିଷ୍ଠ ଆଇନଜୀବୀ ପ୍ରମୋଦ କୁମାର ମିଶ୍ର ମୁଖ୍ୟଅତିଥି ଭାବରେ ଯୋଗଦେଇ ତ୍ରିରଙ୍ଗା ଝଣ୍ଡା ଉତ୍ତୋଳନ କରିଥିଲେ l ସମ୍ମାନିତ ଅତିଥି ବଲାଙ୍ଗିର ପୋଷ୍ଟାଲ ଅଧିକ୍ଷକ ରାଜେନ୍ଦ୍ର କୁମାର ପଟ୍ଟନାୟକ ୟୁନିଅନ ର ପତାକା ଉତ୍ତୋଳନ କରିଥିଲେ l ମା ସମଲେଶ୍ୱରୀ ଙ୍କ ପୂଜା ଆରାଧନା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା.ୟୁନିୟନ ର ସର୍କଲ ସଭାପତି ଜୟକୃଷ୍ଣ ସାହୁ ସମ୍ମିଳନୀ କୁ ଉଦଘାଟନ କରିଥିଲେେ l ସଭାରେ ମୁଖ୍ୟ ଅତିଥି ପ୍ରମୋଦ କୁମାର ମିଶ୍ର,ସମ୍ମାନିତ ଅତିଥି ଭାବରେ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ର ମହାସଚିବ ତଥା ଟ୍ରେଡ଼ ୟୁନିଅନ ନେତା ନିରଞ୍ଜନ ବିଶି,ଅଧିକ୍ଷକ ରାଜେନ୍ଦ୍ର କୁମାର ପଟ୍ଟନାୟକ,ହେଡ଼ ଅଫିସ ପୋଷ୍ଟ ମାଷ୍ଟର ସୁବାଷ ଷଡ଼ଙ୍ଗୀ,ମୁଖ୍ୟବକ୍ତା ଓଡିଶା ସର୍କଲ ସମ୍ପାଦକ କଳ୍ପବଟ ପଟ୍ଟନାୟକ,ସର୍କଲ ସମ୍ପାଦକ ପର୍ଶୁରାମ ଦାଶ,ଉପସଭାପତି କୃଷ୍ଣ ଚନ୍ଦ୍ର ପ୍ରଧାନ,ପୂର୍ବତନ ସଭାପତି ଜଗଦାନନ୍ଦ ବହିଦାର,ଡିଭିଜନ ସମ୍ପାଦକ ଦଶରଥ ଦାଶ ପ୍ରମୁଖ ମଞ୍ଚାସିନ ଥିଲେ.ବିଶିଷ୍ଟ କଳାକାର ନବୀନ କୁଅଁର ସ୍ୱାଗତ ସଂଗୀତ ଦ୍ୱାରା ଅତିଥି ମାନଙ୍କୁ ଅଭିନନ...