ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଂଘ ବଲାଙ୍ଗିର ମଣ୍ଡଳ ଶାଖା ତରଫରୁ ଏଗାର ତମ ଦ୍ବି ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ l



ବଲାଙ୍ଗିର:-ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଂଘ ବଲାଙ୍ଗିର ମଣ୍ଡଳ ଶାଖା ତରଫରୁ ଏଗାର ତମ ଦ୍ବି ବାର୍ଷିକ ସମ୍ମିଳନୀ ବଲାଙ୍ଗିର ମୁଖ୍ୟ ଡାକ ଘର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ସମ୍ମିଳନୀ ରେ ଓଡ଼ଶା ର ବିଶିଷ୍ଟ ଶ୍ରମିକ ନେତା ତଥା ପଶ୍ଚିମ ଓଡିଶା ର ଗର୍ବ ଏବଂ ଗୌରବ ବରିଷ୍ଠ ଆଇନଜୀବୀ ପ୍ରମୋଦ କୁମାର ମିଶ୍ର ମୁଖ୍ୟଅତିଥି ଭାବରେ ଯୋଗଦେଇ ତ୍ରିରଙ୍ଗା ଝଣ୍ଡା ଉତ୍ତୋଳନ କରିଥିଲେ l ସମ୍ମାନିତ ଅତିଥି ବଲାଙ୍ଗିର ପୋଷ୍ଟାଲ ଅଧିକ୍ଷକ ରାଜେନ୍ଦ୍ର କୁମାର ପଟ୍ଟନାୟକ ୟୁନିଅନ ର ପତାକା ଉତ୍ତୋଳନ କରିଥିଲେ l ମା ସମଲେଶ୍ୱରୀ ଙ୍କ ପୂଜା ଆରାଧନା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା.ୟୁନିୟନ ର ସର୍କଲ ସଭାପତି ଜୟକୃଷ୍ଣ ସାହୁ ସମ୍ମିଳନୀ କୁ ଉଦଘାଟନ କରିଥିଲେେ l ସଭାରେ ମୁଖ୍ୟ ଅତିଥି ପ୍ରମୋଦ କୁମାର ମିଶ୍ର,ସମ୍ମାନିତ ଅତିଥି ଭାବରେ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ର ମହାସଚିବ ତଥା ଟ୍ରେଡ଼ ୟୁନିଅନ ନେତା ନିରଞ୍ଜନ ବିଶି,ଅଧିକ୍ଷକ ରାଜେନ୍ଦ୍ର କୁମାର ପଟ୍ଟନାୟକ,ହେଡ଼ ଅଫିସ ପୋଷ୍ଟ ମାଷ୍ଟର ସୁବାଷ ଷଡ଼ଙ୍ଗୀ,ମୁଖ୍ୟବକ୍ତା ଓଡିଶା ସର୍କଲ ସମ୍ପାଦକ କଳ୍ପବଟ ପଟ୍ଟନାୟକ,ସର୍କଲ ସମ୍ପାଦକ ପର୍ଶୁରାମ ଦାଶ,ଉପସଭାପତି କୃଷ୍ଣ ଚନ୍ଦ୍ର ପ୍ରଧାନ,ପୂର୍ବତନ ସଭାପତି ଜଗଦାନନ୍ଦ ବହିଦାର,ଡିଭିଜନ ସମ୍ପାଦକ ଦଶରଥ ଦାଶ ପ୍ରମୁଖ ମଞ୍ଚାସିନ ଥିଲେ.ବିଶିଷ୍ଟ କଳାକାର ନବୀନ କୁଅଁର ସ୍ୱାଗତ ସଂଗୀତ ଦ୍ୱାରା ଅତିଥି ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ l 

ଭାରତ ଦେଶର ଗ୍ରାମାଞ୍ଚଳ ର ଲୋକଙ୍କୁ ସରକାର ଙ୍କ ବିଭିନ୍ନ ଉନ୍ନୟନ ଯୋଜନା ରେ ଘର କୁ ଘର ସେବା ଯୋଗାଇବା ରେ ଗ୍ରାମୀଣ ଡାକ ସେବକ ମାନଙ୍କ ମୁଖ୍ୟ ଅବଦାନ ରହିଛିି, କରୋନା କଟକଣା ସମୟରେ ଡାକ କର୍ମଚାରୀ ତାଙ୍କ କାର୍ଯ୍ୟ ସୁଚାରୁରୂପେ ନିର୍ବାହ କରିଛନ୍ତିି I ତଥାପି ଡାକ ସେବକ ମାନଙ୍କୁ କେନ୍ଦ୍ର ସରକାର ଚାକିରୀ ନିୟମିତ ନ କରିବା,ଦରମା,ଭତ୍ତା,ଗ୍ରାଚୁଇଟି,ବୀମା ବୃଦ୍ଧି ନ କରିବା ଶ୍ରମିକ କର୍ମଚାରୀ ବିରୋଧୀ ନିତୀ ବୋଲି ଉଦବେଗ ପ୍ରକାଶ କରିଥିଲେ l ପୁଞ୍ଜିବାଦ ବ୍ୟବସ୍ଥା ବନ୍ଦ କରିବା ଆବଶ୍ୟକ.ସରକାରୀ ସଂସ୍ଥା ଗୁଡିକ ର ଘରୋଇ କରଣ ବନ୍ଦ କରିବା,କୃଷି ବିରୋଧୀ ଆଇନ ଭଳିଆ ଶ୍ରମିକ ବିରୋଧୀ ଆଇନ କେନ୍ଦ୍ର ସରକାର ପ୍ରତ୍ୟାହାର କରିବା ପାଇଁ ସମସ୍ତ ଶ୍ରମିକ କର୍ମଚାରୀ ଜନସାଧାରଣ ଏକଜୁଟ ହୋଇ ଲଢେଇ କରିବାକୁ ଶ୍ରୀ ମିଶ୍ର ଉଦବୋଧନ ଦେଇଥିଲେ l

 


ଲୋକଙ୍କୁ ଉତ୍ତମମାନର ସେବା ଯୋଗାଉଥିବା ଗ୍ରାମୀଣ ଡାକ ସେବକ ଦେଶର ଜାଗ୍ରତ ସୁରକ୍ଷା ପ୍ରହରୀ, ତାଙ୍କ ସମସ୍ୟା ତୁରନ୍ତ ସମାଧାନ ନ କଲେ ଦେଶବ୍ୟାପି ଆନ୍ଦୋଳନ କରିବାକୁ ବିଶିଷ୍ଟ ଆଦିବାସୀ ନେତା ଶ୍ରୀ ବିଶି ଆହ୍ୱାନ କରିଥିଲେ l ଗ୍ରାମୀଣ ଡାକ ସେବକ ମାନଙ୍କ ଦାବୀପୂରଣ ହେବା ପର୍ଯ୍ୟନ୍ତ ଆଦିବାସୀ ମହାସଂଘ ସଶସ୍ତ୍ର ଆନ୍ଦୋଳନ ରେ ସାମିଲ ହେବ ବୋଲି ଶ୍ରୀ ବିଶି ପ୍ରକାଶ କରିଥିଲେେ I ସମ୍ମିଳନୀ ରେ ବଲାଙ୍ଗିର,ସୋନପୁର, କଳାହାଣ୍ଡି ର ଶତାଧିକ ଡାକ ସେବକ, ପୋଷ୍ଟ ମାଷ୍ଟର,ସହାୟକ ପୋଷ୍ଟ ମାଷ୍ଟର ଯୋଗଦେଇଥିଲେ I ସମ୍ମିଳନୀ ରେ ଡାକ ବିଭାଗ ରୁ ଅବସର ଗ୍ରହଣ କରିଥିବା କର୍ମଚାରୀ ମାନଙ୍କୁ ଉପଢୌକନ ପୁଷ୍ପ ଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା l ଶାଖା ପୋଷ୍ଟ ମାଷ୍ଟର ମଧୁସୂଦନ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେେ I (ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ) 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !