Posts

Showing posts from December 6, 2023

ମାୟାଧରଙ୍କ ଯୁଦ୍ଧ - ସଇତାନ୍‍ ସାବଧାନ୍‍ ପୁସ୍ତକ ଉନ୍ମୋଚିତ l

Image
ଯାଜପୁର /ବ୍ୟାସନଗର (ବ୍ୟୁରୋ ରିପୋର୍ଟ ) :- ଯୁଦ୍ଧରେ ଥରୁଛି ସାରାବିଶ୍ୱ । ଏବେ ଇସ୍ରାଏଲ-ଗାଜାରେ ଦୁଇମାସଧରି ରକ୍ତଯୁଦ୍ଧଚାଲି ଅସଂଖ୍ୟ ଜୀବନ ଓ ଧନସଂପତ୍ତି ମାଟିରେ ମିଶାଇଦିଆଯାଇଛି । ରୁଷ୍‍-ୟୁକ୍ରେନ୍‍ ଯୁଦ୍ଧ ସରିବାକୁ ନାହିଁ । ୨୦୨୪ରେ ଆମେରିକା, ଇଂଲଣ୍ଡ, ଇସ୍ରାଏଲ, ଭାରତ ପ୍ରମୂଖ ଦେଶମାନଙ୍କରେ ଭୟଙ୍କର ଭୋଟ୍‍ଯୁଦ୍ଧ ହେବାକୁ ଯାଉଛି । ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ଶ୍ରମିକନେତା ମାୟାଧର ନାୟକଙ୍କ “ଏ ଯୁଦ୍ଧ ଯୋଜନାବଦ୍ଧ : ସଇତାନ୍‍ ସାବଧାନ୍‍” ପୁସ୍ତକ ଉନ୍ମୋଚନ ହୋଇଯାଇଛି । ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ପ୍ରକାଶକ କୃଷକ ଲକ୍ଷ୍ମଣ ଦାଶ, ପ୍ରତିଷ୍ଠାତା ସର୍ବଭାରତୀୟ ଠେଙ୍ଗାବାହିନୀ ଉପସ୍ଥିତ ଥିଲେ । ମୟୁରଭଞ୍ଜ, କେନ୍ଦୁଝର, ଯାଜପୁର, ଢେଙ୍କାନାଳ ଜିଲ୍ଲାରୁ ବହୁ ଶ୍ରମିକନେତା ଏହି ଉତ୍ସବରେ ସାମିଲ ଥିଲେ । ସାମ୍ବାଦିକ ସମ୍ମିଳନୀରେ ଉଦ୍‍ବୋଧନ ଦେଇ ଶ୍ରୀ ନାୟକ କହିଲେ – ଯୁଦ୍ଧରେ ଏ ଜଗତ ଓ ଜୀବନ ଜର୍ଜରିତ । ବଡ ସାଂଘାତିକ ଏ ଶୋଚନୀୟ ସାମରିକତା - ଯାହା ଆମର ଏ ଜୀବନ୍ତ ଗ୍ରହର ଭବିଷ୍ୟତକୁ ଗୋଟାଏ ପାଉଁଶ ପିଣ୍ଡୁଳାରେ ପରିଣତି ପ୍ରଦାନ ନିମନ୍ତେ ନିତ୍ୟନିୟତ ଷଡଯନ୍ତ୍ରରତ ! ଏସବୁ ଯୁଦ୍ଧରେ ସାମରିକ ଅସ୍ତ୍ର ବିକ୍ରେତା ବିଭତ୍ସ ବଣିକତନ୍ତ୍ରର କୁତ୍ସିତ କରାଳ କୀଟବର୍ଗ ! ଅସ୍ତ୍ର ବେପାରୀଙ୍କ ଜଘନ୍ୟ ଷଡଯନ୍ତ୍ର ଓ ମାୟାଜାଲରେ ପ୍ରାୟ ସବୁଦେଶ ଫସିଯାଇଛନ୍ତି । ଏମାନଙ୍କ ଘୃଣ୍ୟ ଚକ୍ରାନ