Posts

Showing posts from March 18, 2024

ରାମୋଡ଼ ଠାରେ ବିଶାଳ ଆଦିବାସୀ ସମାବେଶ l ପରମ୍ପରା କୁ ବଞ୍ଚାଇ ରଖିବା ପାଇଁ ସପଥ l

Image
ବଲାଙ୍ଗୀର (ବ୍ୟୁରୋ ରିପୋର୍ଟ) :-  ତୁରକେଲା ବ୍ଲକ ଝରନି ପଞ୍ଚାୟତ ର ରାଉତମୁଣ୍ଡା ଠାରେ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର ବ୍ଲକ ସଭାପତି ଚୌବନ କିଶୋର ମାଝୀ ଙ୍କ ସଭାପତିତ୍ବରେ ଏକ ବିଶାଳ ଆଦିବାସୀ ସମାବେଶ ଅନୁଷ୍ଠିତ ହୋଇଯାଇଛି l ପ୍ରାରମ୍ଭରୁ ବୁଢ଼ା ଦେଓ, ଜଂଘା ଦେଓ, ଲିଙ୍ଗା ଦେଓ, ଶବରୀ ନାରାୟଣ, ଜାଡେନ, ବିନ୍ଧ୍ୟବାସିନୀଙ୍କୁ ପାରମ୍ପରିକ ପୂଜାର୍ଚନା କରି ରାମୋଡ଼ ଗାଁ ରେ ଆଦିବାସୀଙ୍କ ପାରମ୍ପରିକ ସାଂସ୍କୃତିକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା l ସଭାରେ ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ନିରଞ୍ଜନ ବିଶି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ l ଆଦିବାସୀ ସମ୍ପ୍ରଦାୟ ବର୍ତ୍ତମାନ ସମୟରେ ଶସକ୍ତିକରଣ ହେବାର ସମୟ ଆସିଛି l ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ, ଅର୍ଥନୈତିକ ବିକାଶ ପାଇଁ ସୁଯୋଗ ସୃଷ୍ଟି ହୋଇଛି l ଆଦିବାସୀ କଳା ସଂସ୍କୃତି ର ସୁରକ୍ଷା, ବିଲୁପ୍ତପ୍ରାୟ ନୃତ୍ୟ, ଗୀତ,ସଙ୍ଗୀତ,ବାଦ୍ୟ, କ୍ରୀଡା କସରତ, ଜଡିବୁଟି ଔଷଧ ସେବା, ଭାଷା, ଧର୍ମ କୁ ପୁନଃଉଦ୍ଧାର ଏବଂ ସଂରକ୍ଷଣ କରିବାକୁ ରାଜ୍ୟସଭା ସାଂସଦ ଶ୍ରୀ ବିଶି ପରାମର୍ଶ ଦେଇଥିଲେ l ଜମି,ଜଳ, ଜଙ୍ଗଲ,ଜୀବଜନ୍ତୁ, ଆଦିବାସୀ ଙ୍କ ଜୀବନ ଜୀବିକା ସଂରକ୍ଷଣର ଉତ୍ସ, ଏସବୁର ସୁରକ୍ଷା ପାଇଁ ପୂର୍ବଜ ଆଦିବାସୀ ନେତା ବିର୍ସା ମୁଣ୍ଡା, ରେଣ୍ଡୋ ମାଝୀ, ଲଖ୍ମଣ ନାୟକ, ମାଧ ସିଂ, କୁଞ୍ଜଳ ସିଂ, ସୁରେନ୍ଦ୍ର ସାଏ ତାନ୍ତିଆ ଭୀଲ, ସିଧୁ କାନୁ ଭଳି ଲକ୍ଷ ଲ