ରାମୋଡ଼ ଠାରେ ବିଶାଳ ଆଦିବାସୀ ସମାବେଶ l ପରମ୍ପରା କୁ ବଞ୍ଚାଇ ରଖିବା ପାଇଁ ସପଥ l

ବଲାଙ୍ଗୀର (ବ୍ୟୁରୋ ରିପୋର୍ଟ) :- ତୁରକେଲା ବ୍ଲକ ଝରନି ପଞ୍ଚାୟତ ର ରାଉତମୁଣ୍ଡା ଠାରେ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର ବ୍ଲକ ସଭାପତି ଚୌବନ କିଶୋର ମାଝୀ ଙ୍କ ସଭାପତିତ୍ବରେ ଏକ ବିଶାଳ ଆଦିବାସୀ ସମାବେଶ ଅନୁଷ୍ଠିତ ହୋଇଯାଇଛି l ପ୍ରାରମ୍ଭରୁ ବୁଢ଼ା ଦେଓ, ଜଂଘା ଦେଓ, ଲିଙ୍ଗା ଦେଓ, ଶବରୀ ନାରାୟଣ, ଜାଡେନ, ବିନ୍ଧ୍ୟବାସିନୀଙ୍କୁ ପାରମ୍ପରିକ ପୂଜାର୍ଚନା କରି ରାମୋଡ଼ ଗାଁ ରେ ଆଦିବାସୀଙ୍କ ପାରମ୍ପରିକ ସାଂସ୍କୃତିକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା l ସଭାରେ ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ନିରଞ୍ଜନ ବିଶି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ l ଆଦିବାସୀ ସମ୍ପ୍ରଦାୟ ବର୍ତ୍ତମାନ ସମୟରେ ଶସକ୍ତିକରଣ ହେବାର ସମୟ ଆସିଛି l ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ, ଅର୍ଥନୈତିକ ବିକାଶ ପାଇଁ ସୁଯୋଗ ସୃଷ୍ଟି ହୋଇଛି l ଆଦିବାସୀ କଳା ସଂସ୍କୃତି ର ସୁରକ୍ଷା, ବିଲୁପ୍ତପ୍ରାୟ ନୃତ୍ୟ, ଗୀତ,ସଙ୍ଗୀତ,ବାଦ୍ୟ, କ୍ରୀଡା କସରତ, ଜଡିବୁଟି ଔଷଧ ସେବା, ଭାଷା, ଧର୍ମ କୁ ପୁନଃଉଦ୍ଧାର ଏବଂ ସଂରକ୍ଷଣ କରିବାକୁ ରାଜ୍ୟସଭା ସାଂସଦ ଶ୍ରୀ ବିଶି ପରାମର୍ଶ ଦେଇଥିଲେ l ଜମି,ଜଳ, ଜଙ୍ଗଲ,ଜୀବଜନ୍ତୁ, ଆଦିବାସୀ ଙ୍କ ଜୀବନ ଜୀବିକା ସଂରକ୍ଷଣର ଉତ୍ସ, ଏସବୁର ସୁରକ୍ଷା ପାଇଁ ପୂର୍ବଜ ଆଦିବାସୀ ନେତା ବିର୍ସା ମୁଣ୍ଡା, ରେଣ୍ଡୋ ମାଝୀ, ଲଖ୍ମଣ ନାୟକ, ମାଧ ସିଂ, କୁଞ୍ଜଳ ସିଂ, ସୁରେନ୍ଦ୍ର ସାଏ ତାନ୍ତିଆ ଭୀଲ, ସିଧୁ କାନୁ ଭଳି ଲକ୍ଷ ଲକ୍ଷ ଆଦିବାସୀ ସହିଦ ହୋଇଛନ୍ତି l ତେଣୁ ସମସ୍ତ ଆଦିବାସୀ ଏକଜୁଟ ହୋଇ ପୂର୍ବଜ ଙ୍କ ଅଧୁରା ସପ୍ନକୁ ସାକାର କରିବାକୁ ପଡିବ ବୋଲି ଆଦିବାସୀ ସଂକଳ୍ପ କରିଥିଲେ l ସମ୍ମାନିତ ଅତିଥି ଭାବେ ତୁରକେଲା ବ୍ଲକ ସଭାପତି ଚଉବନ ମାଝୀ, ବଙ୍ଗୋମୁଣ୍ଡା ବ୍ଲକ ସଭାପତି ମନୋରଞ୍ଜନ ଭୋଇ, ଲଳିତ ଯାନୀ, ଚକ୍ର ଯାନୀ, ନରୋତ୍ତମ ମାଝୀ, ସୁରୁ ଝାଙ୍କର, ଗିରିଧାରୀ ଭୋଇ,ଶ୍ରୀମତୀ ଖେଳନ୍ତି ସମରଥ, ଅମର ସିଂ ମାଝୀ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ l ସଭାରେ ଅଞ୍ଚଳର ଶତାଧିକ ଆଦିବାସୀ ପୁରୁଷ ମହିଳା ଉପସ୍ଥିତ ଥିଲେ l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !