ସାମ୍ବାଦିକ ସୁରକ୍ଷା ଆଇନ ଓ ଭତ୍ତା ଦାବି ନେଇ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏସୟୁଜେ ଓଡ଼ିଶା ର ଦାବି ପତ୍ର।
ଯାଜପୁର (ବ୍ୟୁରୋ ରିପୋର୍ଟ): - ଗଣମାଧ୍ୟମ ରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ଉପରେ ବିଭିନ୍ନ ସମୟରେ ମରଣାନ୍ତକ ଆକ୍ରମଣ, ଆକ୍ରୋଶ ଏବଂ ଅସହିଷ୍ଣୁତା ବଢି ଚାଲିଥିବାରୁ ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ଜରୁରୀ ହୋଇ ପଡିଛି। ସେହିପରି ସାମ୍ବାଦିକ ମାନେ ଆର୍ଥିକ ଦୂରାବସ୍ଥା ଦେଇ ଗତି କରୁଛନ୍ତି। ବରିଷ୍ଠ ସାମ୍ବାଦିକ ମାନେ ରୋଗ ଶଯ୍ୟାରେ ପଡ଼ିଥିବା ବେଳେ ସେମାନଙ୍କୁ ପଥି ଔଷଧ ମିଳୁ ନାହିଁ। ଭୁବନେଶ୍ୱର ରେ ସଂଖ୍ୟାଧିକ ଗଣମାଧ୍ୟମ ର ମୁଖ୍ୟାଳୟ ରହିଥିବା ସାମ୍ବାଦିକ ମାନେ ଦୂର ଦୂରାନ୍ତ ରୁ ରାଜଧାନୀ କୁ ଆସିଲେ ସେମାନଙ୍କ ଅବସ୍ଥାନ ନିମନ୍ତେ ଅତିଥି ଭବନ ଟିଏ ନାହିଁ। ଏହି ସବୁ ଦାବି ଗୁଡିକ ପୂରଣ ପାଇଁ ଷ୍ଟେଟ ୟୁନିଅନ ଅଫ୍ ଜର୍ନାଲିଷ୍ଟସ (ଏସୟୁଜେ) ଓଡ଼ିଶାର ଆହ୍ୱାନ କ୍ରମେ ସମଗ୍ର ରାଜ୍ୟରେ ବିଭିନ୍ନ ଜିଲ୍ଲା ଶାଖା ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ପ୍ରଶାସନ କୁ ଦାବି ପତ୍ର ପ୍ରଦାନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଏସୟୁଜେ ଓଡ଼ିଶା ଯାଜପୁର ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲା ପ୍ରଶାସନକୁ ବୁଧବାର ଦିନ ୩ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି। କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ମାସିକ ୨୫ ହଜାର ଟଙ୍କା ଏବଂ ଅବସର ନେଇସାରିଥିବା ସାମ୍ବାଦିକଙ୍କୁ ୨୦ ହଜାର ଟଙ୍କା ର ପେନସନ ଏବଂ ସୁରକ୍ଷା ଆଇନ ଲାଗୁ କୁ ଏସୟୁଜେ ଓଡ଼ିଶା ବିଶେଷ ଗୁରୁତ୍ବ ଦେଇ...