ସତର୍କ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ....
ବ୍ୟୁରୋ ରିପୋର୍ଟ :- ବର୍ଷାଋତୁ ଚାଲୁଥିବାରୁ ବିଭିନ୍ନ ସ୍ଥାନରେ ବିଦ୍ୟୁତ ଆଘାତ ଲାଗିବା ଭଳି ଘଟଣା ସାମ୍ନାକୁ ଆସୁଛି । ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟୋଗ ଟିପି ସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍) ଲୋକଙ୍କ ପାଇଁ ସତର୍କ ସୂଚନା ଜାରି କରିଛି । ତା ସହିତ ବର୍ଷାଦିନେ ବିଦ୍ୟୁତ ଆଘାତରୁ କେମିତି ସତର୍କ ହେବେ ସେ ନେଇ କେତୋଟି ଟିପ୍ସ ମଧ୍ୟ ବତାଇଛି । ୧. ଜଳବନ୍ଦୀ ଅଞ୍ଚଳକୁ ଯିବାରୁ ଦୂରେଇ ରୁହନ୍ତୁ: କାରଣ ପାଣିରେ ବୁଡି ରହିଥିବା ତାର କିମ୍ବା ଉପକରଣରୁ ବିଜୁଳି ପ୍ରବାହିତ ହୋଇପାରେ। ତେଣୁ ସତର୍କତା ଅବଲମ୍ବନ କରନ୍ତୁ। ୨. ଇଲେକ୍ଟ୍ରିକାଲ୍ ଆପ୍ଲାଏନ୍ସକୁ ପ୍ଲଗରୁ ଅଲଗା କରନ୍ତୁ: ପ୍ରବଳ ବର୍ଷା କିମ୍ବା ଝଡ଼ ସମୟରେ ବିଦ୍ୟୁତ୍ ବିଭ୍ରାଟ ରୋକିବା ପାଇଁ ଆବଶ୍ୟକ ନଥିବା ସମସ୍ତ ବୈଦ୍ୟୁତିକ ଉପକରଣ, ଟିଭି, ଫ୍ରିଜ, ଚାର୍ଜର ଆଦି ପ୍ଲଗରୁ ବାହାର କରିଦିଅନ୍ତୁ। ୩. ବିଦ୍ୟୁତ ବ୍ୟବସ୍ଥାର ଯାଞ୍ଚ କରନ୍ତୁ: ସର୍କିଟ୍ ବ୍ରେକର, ଫ୍ୟୁଜ୍ ଏବଂ ତାର ସମେତ ବିଦ୍ୟୁତ ବ୍ୟବସ୍ଥାର ନିରାପତ୍ତା ଏବଂ କାର୍ଯ୍ୟକାରିତା ସୁନିଶ୍ଚିତ କରିବା ପାଇଁ ନିୟମିତ ଭାବରେ ଯାଞ୍ଚ ଏବଂ ରକ୍ଷଣାବେକ୍ଷଣ କରନ୍ତୁ। ୪. ତଳେ ପଡ଼ିଯାଇଥିବା ବିଦ୍ୟୁତ ତାର ଠାରୁ ଦୂରରେ ରୁହନ୍ତୁ: ଯଦି ଆପଣ କୌଣସି ବିଦ୍ୟୁତ୍ ତାର ଖସିପଡ଼ିଥିବାର ଦେଖୁ...