ସୁକିନ୍ଦା ସାହିତ୍ୟ ସମାଜ ପ୍ରତିଷ୍ଠାତା ସଭାପତି ଦୁର୍ଯ୍ୟୋଧନ ନାୟକଙ୍କ ସ୍ମୃତିଚାରଣ ସଭା l

ଯାଜପୁର (ସୁକିନ୍ଦା ):- ସୁକିନ୍ଦା ସାହିତ୍ୟ ସମାଜର ପ୍ରତିଷ୍ଠାତା ସଭାପତି କବି ଦୁର୍ଯ୍ୟୋଧନ ନାୟକଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଉତ୍ସବ ଉପଲକ୍ଷେ ସାହିତ୍ୟ ସମାଜ ପକ୍ଷରୁ ଗତ 12ତାରିଖ ଅପରାହ୍ନରେ ସୁକିନ୍ଦା ବ୍ଲକ ଅନ୍ତର୍ଗତ ହରିପୁର ବିଜୁ ଗ୍ରାମୀଣ ପାର୍କଠାରେ ଏକ ସ୍ମୃତି ଚାରଣ ସଭା ଆୟୋଜିତ ହୋଇଥିଲା l ସାହିତ୍ୟିକ, କବି ତଥା ବହୁଳ ଆଦୃତ ସାହିତ୍ୟ ପତ୍ରିକା ଗୋକର୍ଣ୍ଣିକାର ସମ୍ପାଦକ ରମାକାନ୍ତ ଜେନା ଅତିଥି ଭାବେ ଯୋଗଦେଇ ସୁକିନ୍ଦାରେ ସାହିତ୍ୟିକ ବାତାବରଣ ସୃଷ୍ଟିକରିବା ସହ ସୁକିନ୍ଦା ସାହିତ୍ୟ ସମାଜ ଗଠନରେ ସ୍ବର୍ଗତ ନାୟକଙ୍କ ଅନବଦ୍ୟ ଅବଦାନ ସମ୍ପର୍କରେ ଆଲୋକପାତକରି ଯଥାର୍ଥରେ ସେ ଜଣେ ସାହିତ୍ୟ ସଂଗଠକ ଥିଲେ ବୋଲି ଅବତାରଣା କରିଥିଲେ l ସାହିତ୍ୟ ସମାଜର ମୁଖ୍ୟ ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ଜୟ ନାରାୟଣ ମହାପାତ୍ରଙ୍କ ସମେତ କୁଳମଣି ଦତ୍ତ, ନାରାୟଣ ଶତପଥି, ସୁରେନ୍ଦ୍ର କୁମାର ଦାଶ, ଡ. ଦୟାନିଧି ଦାଶ, ସୁଦାମ ଚରଣ ନାୟକ, ଅଜୟ କୁମାର ଖୁଣ୍ଟିଆ, ଫକୀର ଚରଣ ଓଝା, ଅଲେଖ ପ୍ରସାଦ ପାଗଡ଼, ପ୍ରଭାତୀ ରାଉତ, କାଞ୍ଚନବାଳା ମଲ୍ଲ, ସନ୍ଧ୍ୟାରାଣୀ ଘଡ଼ାଇ, ଦିପ୍ତିମୟୀ ସାମଲ, କlଞ୍ଚନବାଳା ସାହୁ, ସନାତନ ମହାନ୍ତ, ମନୋରଞ୍ଜନ ଦାସ, ପବିତ୍ର ମୋହନ ସାହୁ ପ୍ରମୁଖ ସାହିତ୍ୟ କ୍ଷେତ୍ରରେ ସ୍ବର୍ଗତ ନାୟକଙ୍କ ଅବଦାନ ସମ୍ପର୍କରେ ସ୍ମୃତିଚାରଣ କରି ଶ୍ରଦ୍ଧାଞ...