Posts

Showing posts from February 19, 2021

୩୮ ତମ ଖଣି ସୁରକ୍ଷା ସପ୍ତାହ ପାଳନ l

Image
ଯାଜପୁର (ସୁକିନ୍ଦା) :- ଯାଜପୁର ଜିଲ୍ଲା ଇମ୍ଫା ମାଇନ୍ସ ପକ୍ଷରୁ ଖଣି ସୁରକ୍ଷା ସପ୍ତାହ ପାଳନ ହୋଇଯାଇଛି l କରୋନା ନିୟମ ଅନୁସାରେ ଭୁବନେଶ୍ବର ଖଣି ନିର୍ଦେଶକ ଙ୍କ ନିର୍ଦ୍ଦେଶନାରେ ଭର୍ଚୁଆଲ ଭାବେ ଇମ୍ଫା ଲିମିଟେଡ ପକ୍ଷରୁ ସୁକିନ୍ଦା କ୍ରୋମାଇଟ ମାଇନ୍ସ ଓ ମହାଗୀରି କ୍ରୋମାଇଟ ମାଇନ୍ସ ରେ ୩୮ ତମ ଖଣି ସୁରକ୍ଷା ସପ୍ତାହ (୨୦୨୦-୨୧) ପାଳନ ହୋଇଯାଇଛି l ଏହି କର୍ଯ୍ୟକ୍ରମ ଫେବୃଆରୀ ମାସ ୮-୧୫ ତାରିଖ ମଧ୍ୟରେ ପାଳିତ ହୋଇଯାଇଛି l ପ୍ରଥମ ଦିନରେ ଖଣି ପରିଚାଳକ ମନୋଜ ସାମଲ ଓ ଜଳନ୍ଧର ପାତ୍ର ଙ୍କ ଦ୍ବାରା ଉଭୟ ସୁକିନ୍ଦା ଓ ମହାଗୀରି ଖଣି ରେ ସୁରକ୍ଷା ପତାକା ଉତ୍ତୋଳନ କରାଯାଇଥିଲା ଏବଂ ଉପସ୍ଥିତ ସମସ୍ତଙ୍କୁ ଫେସ୍ ମାକ୍ସ ଓ ସୁରକ୍ଷା ବ୍ୟାଚ୍ ବଣ୍ଟନ କରାଯାଇଥିଲା l ସମସ୍ତେ ଖଣି ସମ୍ବନ୍ଧୀୟ ନିୟମ ଓ ସମ୍ପୃକ୍ତ କ୍ଷେତ୍ରରେ ସୁରକ୍ଷା ନିୟମ ପାଳନ କରିବା ପାଇଁ ଶପଥ କରିଥିଲ l ପ୍ରତ୍ୟେକ ଖଣି ପରିଚାଳକ ଙ୍କ ନିର୍ଦ୍ଦେଶ କ୍ରମେ ଅନ୍ତରୀଣ ଖଣି ନିରୀକ୍ଷକ ଙ୍କ ଦ୍ଵାରା ସୁରକ୍ଷା ସମ୍ବନ୍ଧୀୟ ପିପିଟି ଓ ଭିଡିଓ କ୍ଲିପ ପ୍ରସ୍ତୁତ କରାଯାଇଛି, ଯାହା ଅନ୍ତରୀଣ ଖଣି ନିରୀକ୍ଷକ ଙ୍କ ଦ୍ଵାରା ସମୀକ୍ଷା କରାଯାଇ ଅପଲୋଡ଼ କରାଯିବ l ସପ୍ତାହ ବ୍ୟାପୀ ଏହି ଅବସରରେ ଖଣି କର୍ମଚାରୀ ଓ ଠିକାଦାର କର୍ମଚାରୀ ଙ୍କ ମଧ୍ୟରେ ପୋଷ୍ଟର, ସ୍ଲୋଗାନ, ବକ୍ତୃତା ପ୍ରତିଯୋଗୀତା ଓ ଛୋଟ ପିଲାମାନଙ୍କ ପାଇଁ ଚିତ୍ରାଙ୍କନ ପ୍ରତିଯ