ପ୍ରଶାସନ କୁ ଚକମା ଦେଖାଇ ବେନିୟମ କର୍ଯ୍ୟ କରୁଛନ୍ତି ଶିଳ୍ପାଞ୍ଚଳ ଠିକାଦାର I

ଯାଜପୁର (କଳିଙ୍ଗନଗର ) : - କଳିଙ୍ଗନଗର ଶିଳ୍ପାଞ୍ଚଳରେ ମାଲପରିବହନ ଗାଡ଼ିରେ ଶ୍ରମିକ ବୁହାଚାଲିଛି, ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ l ଶିଳ୍ପାଅଞ୍ଚଳ ରେ ଅନେକ ସମୟରେ ଭିନ୍ନ ଭିନ୍ନ କାର୍ଯ୍ୟ କୁ ନେଇ ବିଭିନ୍ନ ପ୍ରକାର ଚର୍ଚ୍ଚା ରେ ରହିଥାଏ। କାରଖାନାରେ କାର୍ଯ୍ୟ କରୁଥିବା ବହୁତ ଠିକାଦାର ସେମାଙ୍କର ଶ୍ରମିକମାନଙ୍କୁ ସୁରକ୍ଷିତ ନେବା ଆଣିବା ପାଇଁ ମାଲ୍ ବୁହା ଗାଡିମାନ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି l ବିଶେଷ କରି ଏହା ଆଇନ୍ ବିରୋଧ ହୋଇଥିଲା ବେଳେ ପ୍ରଶାସନ ର ଦୃଷ୍ଟିକୁ କିପରି ଆସୁନାହିଁ l ନା ପ୍ରଶାସନ ର ଜାଣତରେ ଏହିପରି ବେନିୟମ କାମ ଚାଲୁଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି l ଶ୍ରମିକ ମାନଙ୍କୁ ଗୋରୁଗାଈ ପରି ମାଲ୍ ବୁହା ଗାଡିରେ ସବାର୍ ହେବାକୁ ବାଧ୍ୟ କରୁଛନ୍ତି ସମ୍ପୃକ୍ତି ଠିକାଦାର ସଂସ୍ଥା I କଳକାରଖାନା ମାନଙ୍କ ରେ କାର୍ଯ୍ୟ କରୁଥିବା ହଜାର ହଜାର ସଂଖ୍ୟାରଶ୍ରମିକ ଓ କର୍ମଚାରୀ ମାନଙ୍କୁ ଯିବା ଆସିବା ପାଇଁ କମ୍ପାନୀ କର୍ତତୃପକ୍ଷ ଗାଡି ଯୋଗାଇ ଦେଇଛନ୍ତି । ଅନେକ ସମୟରେ ଶ୍ରମିକ ଓ କର୍ମଚାରୀମାନେ ନିଜ ନିଜର ଗାଡ଼ି ବ୍ୟବହର କରି କାରଖାନା ପରିସରକୁ ଯାଆଆସ କରୁଛନ୍ତି। ଅନେକ କାରଖାନାରେ ନିୟୋଜିତ ଠିକାଦାର ମାନେ ସେମାନଙ୍କର ଶ୍ରମିକ ଓ କର୍ମଚାରୀମାନଙ୍କୁ କାରଖାନା ପରିସରକୁ ଯିବାପାଇଁ ମଣିଷ ପାଇଁ ଉଦ୍ଧିଷ୍ଟ ଗାଡ଼ି ପରିବର୍ତ୍ତେ ମାଲ୍ ବୋଝେଇ ଗାଡ଼ି...