କଳିଙ୍ଗନଗର ରେ ସମସ୍ତ କାରଖାନା ର ଅଧିକାରୀ ଙ୍କୁ ନେଇ ଜିଲ୍ଲା ପ୍ରଶାସନର ଗୁପ୍ତ ବୈଠକ l
କଳିଙ୍ଗନଗର - ଦୀର୍ଘ ଦିନ ପରେ ଜେ ଡି ସି ଏଲ୍ ଠାରେ କଳିଙ୍ଗନଗର ଶିଳ୍ପାଞ୍ଚଳ ରେ ଥିବା ସମସ୍ତ କାରଖାନା ର ଅଧିକାରୀ ଙ୍କୁ ନେଇ ଏକ ଗୁପ୍ତ ବୈଠକ ଅନୁଷ୍ଠିତ ହୋଇଯାଇଛି l ଇଥିରେ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରିତିରଞ୍ଜନ ଘଡାଇ ଯୋଗଦେଇ କାରଖାନା ଦ୍ଵାରା ପ୍ରଭାବିତ ହେଉଥିବା ଗାଁ ମାନଙ୍କୁ ବିଭିନ୍ନ ସମସ୍ୟା ରୁ ମୁକ୍ତ କରିବା ପାଇଁ ଜିଲ୍ଲା ପ୍ରଶାସନ କୁ ତାଗିଦ କରୁଥିବା ଦେଖିବାକୁ ମିଳିଛି l ବିଶେଷ କରି ବାରଗଡିଆ ହରିଜନ ସାହି, ସାରଙ୍ଗପୁର ଗାଁ, ଟାଙ୍ଗର ସାହି ଲୋକମାନେ ବିସ୍ଥାପିତ ହେବାକୁ ଥିବାବେଳେ ଜିଲ୍ଲା ପ୍ରଶାସନ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି l ଏ ସମ୍ପର୍କ ରେ ଉପସ୍ଥିତ ଜିଲ୍ଲା ପ୍ରଶାସନ ଓ କାରଖାନା କତୃପକ୍ଷ ଙ୍କୁ ପରାମର୍ଶ ଦେଇ ଯଥାଶୀଘ୍ର ଏହାର ତଦାରଖ କରିବା ପାଇଁ ପରାମର୍ଶ ଦେଇଥିଲେ l ଆଗାମୀ ଦିନରେ ସ୍ଥାନୀୟ ଅଞ୍ଚଳର ପ୍ରଦୂଷଣ, ଯାତାୟତ, ଆଲୋକିକରଣ,ଶିକ୍ଷା ଓ ସ୍ଵାସ୍ଥ୍ୟ ସମସ୍ୟା ସମାଧାନ କରିବା ପାଇଁ ସହମତି ଜଣାଇଛନ୍ତି l କିନ୍ତ୍ ଦୁଃଖର ବିଷୟ ଦୀର୍ଘ ବର୍ଷ ହେବ କଳିଙ୍ଗନଗର ଜନସାଧାରଣ ଏହାର ସୁବିଧା ପାଇପରୁନାହାନ୍ତି lସୁକିନ୍ଦା-ଦାନଗଦୀର ଉନ୍ନୟନ ମୂଳକ ପ୍ରକଳ୍ପର ସମୀକ୍ଷା କଲେ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ l କଳିଙ୍ଗ ନଗର ଏବଂ ଏହାର ଆଖପାଖ ଅଞ୍ଚଳରେ ସ୍କିଲ୍ ଡେଭଲପମେଣ୍ଟ ସେଣ୍ଟର ଏବଂ ମାଇନିଂ ସ୍କିଲ୍ ଡେଭଲପମେଣ୍ଟ ସେଣ୍ଟର ପ୍ରତିଷ୍ଠା କରି ସ୍ଥାନୀୟ ଯୁବ...